News18 Odia Digital Natural Disaster: ଆସନ୍ତା ୩ ଦିନ ଭିତରେ ନେପାଳରେ ପୁଣି ମହାପ୍ରଳୟ... ଫ୍ଲାସ୍ ଫ୍ଲଡ୍ରୁ ମୁକୁଳିନି, ପୁଣି ମାଡ଼ି ଆସୁଛି ମହାବିପଦ...
ନେପାଳକୁ ସାଂଘାତିକ ଚେତାବନୀ ଦେଲା ଚୀନ। ଚୀନର ଏକ `ବ୍ୟାରିୟର ଲେକ୍' ଭାଙ୍ଗିବା ନେଇ ଚେତାବନୀ। ଆଗାମୀ ୩ ଦିନରେ ଭାଙ୍ଗିପାରେ `ବ୍ୟାରିୟର ଲେକ୍'।
ନେପାଳକୁ ସାଂଘାତିକ ଚେତାବନୀ ଦେଲା ଚୀନ। ଚୀନର ଏକ `ବ୍ୟାରିୟର ଲେକ୍' ଭାଙ୍ଗିବା ନେଇ ଚେତାବନୀ। ଆଗାମୀ ୩ ଦିନରେ ଭାଙ୍ଗିପାରେ `ବ୍ୟାରିୟର ଲେକ୍'।
ନେପାଳ-ଚୀନ୍ ସୀମାରେ ଭୟଙ୍କର ଫ୍ଲାସଫ୍ଲଡ୍ ପରେ ଏବେ ଆଉ ଏକ ବଡ଼ ବିପଦ ଆଶଙ୍କା ।
ନେପାଳର ଚୋଚେନ୍ ଖୋଲା ଓ ପୁରେପୁ ସାଙ୍ଗପୋ ନଦୀର ସଙ୍ଗମସ୍ଥଳରେ ଏକ ବିଶାଳ ପ୍ରାକୃତିକ ହ୍ରଦ ସୃଷ୍ଟି ହୋଇଛି। ଆସନ୍ତା ୭୨ ଘଣ୍ଟା ମଧ୍ୟରେ ଏହା ଭାଙ୍ଗିଯିବାର ଆଶଙ୍କା ରହିଛି ବୋଲି ନେପାଳକୁ ସତର୍କ କରାଇଛି ଚୀନ୍ ।
ଚୀନ୍ର ଜଳସମ୍ପଦ ମନ୍ତ୍ରଣାଳୟ କହିବା ଅନୁସାରେ, ଗୁରୁବାର ସକାଳ ସୁଦ୍ଧା ଏହି ହ୍ରଦରେ ପ୍ରାୟ ୨୦ ଲକ୍ଷ ଘନମିଟର ପାଣି ଜମା ହୋଇସାରିଛି। ହ୍ରଦରୁ ପାଣି ଓଭରଫ୍ଲୋ ହେବା ଆରମ୍ଭ ହୋଇଛି। ଆଗାମୀ ୩ ଦିନରେ ଆହୁରି ପ୍ରାୟ ୩୦ ଲକ୍ଷ ଘନମିଟର ପାଣି ଏଥିରେ ପ୍ରବେଶ କରିପାରେ।
ଫଳରେ ପ୍ରାକୃତିକ ବନ୍ଧ ଭାଙ୍ଗିବାର ବିପଦ ବଢ଼ିଛି। ହ୍ରଦର ସ୍ଥିତି ଉପରେ ଚୀନ୍ କର୍ତ୍ତୃପକ୍ଷ ନଜର ରଖିଛନ୍ତି। ସମ୍ଭାବ୍ୟ ବନ୍ଧ ଭାଙ୍ଗିଲେ ବନ୍ୟା କେଉଁ ଅଞ୍ଚଳକୁ କେତେ ପ୍ରଭାବିତ କରିପାରେ, ସେନେଇ ଫ୍ଲଡ୍ ସିମୁଲେସନ୍ ଓ ଆକଳନ ମଧ୍ୟ କରାଯାଉଛି।
ନେପାଳ-ଚୀନ୍ ସୀମାରେ ଭୟଙ୍କର ଫ୍ଲାସଫ୍ଲଡ୍ ପରେ ଏଭଳି ଚେତାବନୀ ଆସିଛି । ଫଳରେ ନେପାଳରେ ଚିନ୍ତା ବଢ଼ିଛି। ଦୁଇ ଦିନ ତଳେ ରସୁୱା ଜିଲ୍ଲାର ଭୋଟେକୋଶୀ ନଦୀରେ ହଠାତ୍ ବନ୍ୟା ଆସି ରାସ୍ତାଘାଟ, ପୋଲ, ଘରଦ୍ବାର ଓ ଅନ୍ୟାନ୍ୟ ଭିତ୍ତିଭୂମିକୁ ବ୍ୟାପକ କ୍ଷତି କରିଛି।
ସେପଟେ ନେପାଳ ରସୁୱାରେ ପ୍ରଳୟଙ୍କରୀ ବନ୍ୟା ମୃତ୍ୟୁ ସଂଖ୍ୟା ୩୯୨କୁ ବୃଦ୍ଧି।
୧୪୬୮ ନିଖୋଜଙ୍କ ମଧ୍ୟରେ ୨୮୮ ଜଣ ଭାରତୀୟ ଥିବା ସୂଚନା ମିଳିଛି।
ତ୍ରିଶୁଳି ପାୱାର ପ୍ରୋଜେକ୍ଟରେ କାର୍ଯ୍ୟ କରୁଥିବା ୭୩ ଜଣ ନିଖୋଜ ଅଛନ୍ତି।
ତାମିଲନାଡୁର ୨ଟି ଗ୍ରୁପର ୩୭ ଓ ୩୯ ଜଣଙ୍କ ପତ୍ତା ମିଳୁନି। ଏପର୍ଯ୍ୟନ୍ତ ପଶ୍ଚିମବଙ୍ଗର ୩୨ ଜଣଙ୍କୁ ଠାବ କରାଯାଇ ପାରିନାହିଁ। ଅନ୍ୟାନ୍ୟ ରାଜ୍ୟର ୬୧ ନିଖୋଜ ଥିବା ବୈଦେଶିକ ମନ୍ତ୍ରାଳୟର ସୂଚନା ସାମ୍ନାକୁ ଆସିଛି। କେତେ ଜଣ ଭାରତୀୟଙ୍କର ମୃତ୍ୟୁ ଘଟିଛି ସ୍ପଷ୍ଟ ହୋଇନି।

