News18 Odia Digital Bikram Panda Bail: ୧୦ ମାସ ୧୦ ଦିନ ପରେ ଜେଲ୍ରେ ମୁକୁଳିଲେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା । ବହୁଚର୍ଚ୍ଚିତ ବରିଷ୍ଠ ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ହାଇକୋର୍ଟରୁ ମିଳିଛି ସର୍ତ୍ତମୂଳକ ଜାମିନ ।
ଆଜି ଜେଲରୁ ମୁକୁଳିବା ପରେ ବିକ୍ରମ ପଣ୍ଡାଙ୍କୁ ସ୍ବାଗତ କରିବା ପାଇଁ ଲାଗିଥିଲା ବିଜେଡି ନେତା ଓ ସମର୍ଥକଙ୍କ ଭିଡ଼ !
ଆଜି ଜେଲରୁ ମୁକୁଳିବା ପରେ ବିକ୍ରମ ପଣ୍ଡାଙ୍କୁ ସ୍ବାଗତ କରିବା ପାଇଁ ଲାଗିଥିଲା ବିଜେଡି ନେତା ଓ ସମର୍ଥକଙ୍କ ଭିଡ଼ !
କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ, ପ୍ରତ୍ୟେକ ତାରିଖରେ ବିକ୍ରମ କୋର୍ଟରେ ହାଜର ହେବେ । ୧୦ ଦିନରୁ ଅଧିକ ସମୟ ଧରି ସହର ବାହାରକୁ ଗଲେ କୋର୍ଟଙ୍କ ଅନୁମତି ନେବେ ଏବଂ କୌଣସି ସାକ୍ଷୀଙ୍କୁ ଧମକ, ଚମକ ଦେଇପାରିବେ ନାହିଁ । ୫୦ ହଜାର ଟଙ୍କାରେ ଦୁଇ ଜାମନିଦାନ ବଦଳରେ ବିକ୍ରମ ପଣ୍ଡାଙ୍କୁ କୋର୍ଟ ଜାମିନ ପ୍ରଦାନ କରିଛନ୍ତି।
ବ୍ରହ୍ମପୁର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଫସିଥିଲେ ବିକ୍ରମ। ହତ୍ୟାକାଣ୍ଡ ପରେ ପରେ ବିକ୍ରମ ପଣ୍ଡାଙ୍କୁ ମୁଖ୍ୟ ଷଡଯନ୍ତ୍ରକାରୀ ଦର୍ଶାଇଥିଲା ପୋଲିସ। ତେଣେ ନିମ୍ନ ଅଦାଲତରେ ବିକ୍ରମଙ୍କ ଜାମିନ ନାମଞ୍ଜୁର ହେବା ପରେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
ଏହା ଭିତରେ ମାମଲାର ଚାର୍ଜସିଟ ଦାଖଲ ହୋଇସାରିଛି । ଯେଉଁଥିରେ ବିକ୍ରମ ପଣ୍ଡା ଷଡଯନ୍ତ୍ରକାରୀ ନୁହଁନ୍ତି ବୋଲି ଦର୍ଶାଯାଇଛି । ତେଣେ ବିକ୍ରମ ପଣ୍ଡାଙ୍କ ଜାମିନ ଆବେଦନର ଶୁଣାଣି ଶେଷ କରି ହାଇକୋର୍ଟ ତାଙ୍କ ରାୟ ସଂରକ୍ଷିତ ରଖିଥିଲେ ।
ଯାହାର ରାୟ ଆଜି ପ୍ରକାଶ ପାଇଛି। ଆବେଦନକାରୀଙ୍କ ଓକିଲଙ୍କ କହିବାନୁଯାୟୀ, ବିକ୍ରମ ପଣ୍ଡାଙ୍କ ଗିରଫ ବେଳେ ପୋଲିସ ଗିରଫଦାରୀର କୌଣସି ଲିଖିତ କାରଣ ଦର୍ଶାଇ ନଥିଲା। ଅପରପକ୍ଷରେ କୋର୍ଟରେ ସରକାରଙ୍କ ପକ୍ଷରୁ ଏ ସବୁ ପ୍ରକ୍ରିୟା ପୁରଣ କରାଯାଇଛି ବୋଲି କୁହାଯାଇଥିଲା। ପରେ କିନ୍ତୁ କୋର୍ଟରେ ଏ ସଂପର୍କିତ କାଗଜପତ୍ର ଦାଖଲ କରି ପାରି ନ ଥିଲେ ପ୍ରତିପକ୍ଷ।
ଅକ୍ଟୋବର ୨୨ରେ ଗିରଫ ହୋଇଥିଲେ ବିକ୍ରମ...
ପୀତବାସ ପଣ୍ଡା ହତ୍ୟା ମାମଲାରେ ତଦନ୍ତ ଆଗକୁ ବଢ଼ିବା ପରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ନାଁ ମଧ୍ୟ ସାମ୍ନାକୁ ଆସିଥିଲା । ଏହାପରେ ୨୦୨୫ ଅକ୍ଟୋବର ୨୨ ତାରିଖରେ ତାଙ୍କୁ ନିଜ ବାସଭବନରୁ ଗିରଫ କରିଥିଲା ପୋଲିସ ।
ଏହି ହତ୍ୟା ମାମଲାରେ ବିକ୍ରମ ପଣ୍ଡାଙ୍କ ସମେତ ମୋଟ ୧୬ ଜଣଙ୍କୁ ବୈଦ୍ୟନାଥପୁର ଥାନା ପୋଲିସ ଗିରଫ କରିଥିଲା । ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ବ୍ରହ୍ମପୁରର ପୂର୍ବତନ ମେୟର ଶିବ ଶଙ୍କର ଦାସ, କର୍ପୋରେଟର ମଳୟ ବିଷୋୟୀ ଏବଂ ବିଜେଡି ନେତା ମଦନ ଦଳେଇଙ୍କ ଭଳି ରାଜନୈତିକ ବ୍ୟକ୍ତି ମଧ୍ୟ ସାମିଲ ଥିଲେ ।
ଜିଲ୍ଲା କୋର୍ଟରେ ଖାରଜ ହୋଇଥିଲା ଜାମିନ୍...
ଗିରଫ ପରେ ବିକ୍ରମ ପଣ୍ଡା ଜାମିନ୍ ପାଇଁ ଜିଲ୍ଲା କୋର୍ଟର ଆଶ୍ରୟ ନେଇଥିଲେ । ତେବେ ସେଠାରେ ତାଙ୍କ ଜାମିନ୍ ଆବେଦନ ଖାରଜ ହୋଇଥିଲା । ଏହାପରେ ହାଇକୋର୍ଟରେ ଜାମିନ୍ ପାଇଁ ଆବେଦନ କରିଥିଲେ ବିକ୍ରମ ପଣ୍ଡା ।
ଏବେ ହାଇକୋର୍ଟ ତାଙ୍କୁ ସର୍ତ୍ତମୂଳକ ଜାମିନ୍ ପ୍ରଦାନ କରିଛନ୍ତି । କୋର୍ଟଙ୍କ ପକ୍ଷରୁ ଧାର୍ଯ୍ୟ ସର୍ତ୍ତଗୁଡ଼ିକ ପାଳନ କରିବାକୁ ହେବ । ତେବେ ମାମଲାର ତଦନ୍ତ ଓ ଆଇନଗତ ପ୍ରକ୍ରିୟା ନିଜ ଗତିରେ ଜାରି ରହିବ ।
ମାମଲାରେ ୧୬ ଜଣ ଗିରଫ...
ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣା ପରେ ବୈଦ୍ୟନାଥପୁର ଥାନା ପୋଲିସ ତଦନ୍ତକୁ ଜୋରଦାର କରିଥିଲା । ତଦନ୍ତ ପରେ ବିକ୍ରମ ପଣ୍ଡାଙ୍କ ସମେତ ମୋଟ ୧୬ ଜଣଙ୍କୁ ଗିରଫ କରାଯାଇଥିଲା ।
ଏହି ତାଲିକାରେ ବିକ୍ରମ ପଣ୍ଡାଙ୍କ ସହ ପୂର୍ବତନ ମେୟର ଶିବ ଶଙ୍କର ଦାସ, କର୍ପୋରେଟର ମଳୟ ବିଷୋୟୀ ଓ ବିଜେଡି ନେତା ମଦନ ଦଳେଇଙ୍କ ନାଁ ରହିଛି । ମାମଲାରେ ଏତେ ସଂଖ୍ୟକ ଗିରଫଦାରୀ ଏବଂ ରାଜନୈତିକ ବ୍ୟକ୍ତିଙ୍କ ସମ୍ପୃକ୍ତି ଅଭିଯୋଗ ଯୋଗୁଁ ଘଟଣାଟି ରାଜ୍ୟସ୍ତରରେ ମଧ୍ୟ ଚର୍ଚ୍ଚାରେ ରହିଛି ।
ବର୍ତ୍ତମାନ ବିକ୍ରମ ପଣ୍ଡାଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ୍ ମିଳିବା ପରେ ଏହି ବହୁଚର୍ଚ୍ଚିତ ହତ୍ୟା ମାମଲା ପୁଣିଥରେ ଚର୍ଚ୍ଚାକୁ ଆସିଛି । ଆଗକୁ ମାମଲାର ଆଇନଗତ ପ୍ରକ୍ରିୟା କେଉଁ ଦିଗକୁ ଯାଉଛି, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି ।

