ପ୍ରଶାନ୍ତ କିଶୋରଙ୍କ ବଡ ଜିତ୍ । ଜନ ସ୍ୱରାଜ ପାର୍ଟିର ମୁଖ୍ୟ ପ୍ରଶାନ୍ତ କିଶୋର । ବିହାରର ବାଙ୍କେପୁର ଉପନିର୍ବାଚନରେ ବିଶାଳ ବିଜୟ ହାସଲ କରିଛନ୍ତି ଚର୍ଚ୍ଚିତ ନେତା ପ୍ରଶାନ୍ତ କିଶୋର । ବିଜେପି ରାଷ୍ଚ୍ରୀୟ ସଭାପତି ନିତିନ ନବୀନଙ୍କ ସିଟ୍ରେ ହୋଇଥିବା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ନୀରଜ କୁମାରଙ୍କୁ ୧୮,୯୫୩ ଖଣ୍ଡ ଭୋଟ ବ୍ୟବଧାନରେ ହରାଇ ପ୍ରଥମ ଥର ପାଇଁ ବିହାର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି ପ୍ରଶାନ୍ତ କିଶୋର ।
ନିତିନ ନବୀନ ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ଖାଲି ପଡିଥିଲା ବାଙ୍କେପୁର ଆସନ । ସେଠାରେ ପ୍ରଥମଥର ପାଇଁ ଭାଗ୍ୟ ପରୀକ୍ଷା କରୁଥିଲେ ଜନ ସ୍ୱରାଜ ପାର୍ଟି ମୁଖ୍ୟ ପ୍ରଶାନ୍ତ କିଶୋର । ଭୋଟ ଗଣତି ଆରମ୍ଭରୁ ହିଁ ପ୍ରଶାନ୍ତ କିଶୋର ଲିଡ୍ କରିଚାଲିଥିଲେ । ଭୋଟ ଗଣତି ଆଗେଇବା ସହିତ ଲିଡ୍ କରିଚାଲିଥିଲେ ପ୍ରଶାନ୍ତ । ତେବେ ବର୍ତ୍ତମାନ ବିଜେପିର ଗଡ଼ କୁହାଯାଉଥିବା ବାଙ୍କେପୁର ଆସନ ଜନ ସ୍ୱରାଜ ପାର୍ଚି ହାତକୁ ଚାଲିଯାଇଛି । ଯାହାକି ବିଜେପି ପାଇଁ ଶକ୍ତ ଝଟକା । କାରଣ, ବାଙ୍କେପୁର ସିଟ୍ରୁ କ୍ରମାଗତ ଭାବେ ଜିତି ଆସୁଥିଲେ ନିତିନ ନବୀନ । ତାଙ୍କ ପୂର୍ବରୁ ତାଙ୍କ ପିତା ମଧ୍ୟ ସେହି ସିଟ୍ରୁ ବହୁବାର ଜିତିଥିଲେ ।ବାଙ୍କେପୁର ଆସନରୁ ପ୍ରଥମ ରାଉଣ୍ଡରୁ ଲିଡ୍ରେ ରହି ଆସିଥିବା ଜନ ସୁରଜ ପାର୍ଟିର ସଂସ୍ଥାପକ ତଥା ପ୍ରତ୍ୟାଶୀ ପ୍ରଶାନ୍ତ କିଶୋର ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଭାଜପାର ୩୦ ବର୍ଷର ଗଡ ମାତ୍ର ୩୦ ଦିନରେ ଧୋଇ ହୋଇ ଯାଇଛି । ଏହି ନିର୍ବାଚନ କେବଳ ବିଧାୟକଙ୍କୁ ନିର୍ବାଚିତ କରିବାର ନିର୍ବାଚନ ନଥିଲା । ମୋର ସମ୍ରାଟ ଚୌଧୁରୀଙ୍କ ସହ କୌଣସି ବ୍ୟକ୍ତିଗତ ମତଭେଦ ନାହିଁ । କିନ୍ତୁ ଏହି ନିର୍ବାଚନ ମାଧ୍ୟମରେ ବିହାରର ସାଧାରଣ ଜନତା ଏକ ବଡ ସନ୍ଦେଶ ଦେଇଛନ୍ତି ।
ଯେତିକି ଚିନ୍ତା ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଆଉ ଗୃହମନ୍ତ୍ରୀ ଅମିତ ଶାହ ଗୁଜୁରାଟ ପାଇଁ କରନ୍ତି, ଠିକ୍ ସେତିକି ଚିନ୍ତା ବିହାର ପାଇଁ ରହିବା ଦରକାର । ଯାହାଫଳରେ ବିହାରରୁ ପଳାୟନ ଅଟକିବା ସହ ବେରୋଜଗାରି କମ ହେବ । ଯେଉଁମାନେ ମତେ ଭୋଟ ଦେଇଛନ୍ତି, ସେମାନଙ୍କୁ ବହୁତ ଧନ୍ୟବାଦ । ଆଉ ଯେଉଁମାନେ ମତେ ଭୋଟ ଦେଇନାହାନ୍ତି ସେମାନଙ୍କ ବିଶ୍ୱାସ ଓ ଭରସା ଜିତିବାକୁ ମୁଁ ମୋ କାମ ଜାରି ରଖିବି । ମୁଁ ବିଧାୟକ ବନିବା ପରେ ବାଙ୍କେପୁରକୁ ବେଙ୍ଗାଲୁରୁ ତ ବନେି ପାରିବି ନାହିଁ, କିନ୍ତୁ ଆପଣଙ୍କୁ ଦୁଇ-ତିନି ମାସ ମଧ୍ୟରେ ନିଶ୍ଚିନ୍ତ ଭାବେ ଫରକ ପରିଲକ୍ଷିତ ହେବ ।
ଆପଣଙ୍କୁ ଜଣାଇରଖୁ ଯେ, ଆଜି ସମଗ୍ର ଦେଶରେ ବିହାରର ବାଙ୍କେପୁର, ଗୁଜୁରାଟର ମାଞ୍ଜଲପୁର ଓ ମଧ୍ୟ ପ୍ରଦେଶର ଦାତିୟା ବିଧାନସଭା ଆସନରେ ଉପନିର୍ବାଚନ ଜାରି ରହିଥିଲା । ଗତ ଜୁଲାଇ ୩୦ ତାରିଖରେ ମତଦାନ ସମ୍ପନ୍ନ ହେବା ସହ ଆଜି ଅର୍ଥାତ୍ ଅଗଷ୍ଟ ୩ ତାରିଖରେ ଭୋଟ ଗଣତି ହୋଇଥିଲା ।
ଏହି ତିନୋଟି ଉପନିର୍ବାଚନରେ ସବୁଠୁ ଚର୍ଚ୍ଚା ବିହାରର ବାଙ୍କେପୁର ସିଟ୍କୁ ନେଇ ଲାଗି ରହିଥିଲା । ଚର୍ଚ୍ଚିତ ରାଜନୈତିକ ଚାଣକ୍ୟ ପ୍ରଶାନ୍ତ କୁମାର ଏହି ଆସନରୁ ପ୍ରଥମ ଥର ଲଢୁଥିବାରୁ ସମଗ୍ର ଦେଶର ନଜର ଏହି ଆସନ ଉପରେ ରହିଥିଲା । ତେବେ ଅନ୍ୟପଟେ ଗୁଜୁରାଟର ମାଞ୍ଜଲପୁର ଆସନ ବିଜେପି ହାତକୁ ଆଉ ମଧ୍ୟ ପ୍ରଦେଶର ଦାତିୟା ବିଦାନସଭା ଆସନ କଂଗ୍ରେସ ହାତରେ ରହିଛି ।

