News18 Odia Digitalଭୁବନେଶ୍ୱର: ସୁଧାଂଶୁ ଷଡ଼ଙ୍ଗୀ, ସଂଜୀବ ପଣ୍ଡା ନା ଆର୍. ପି. କୋଚେ । ଆଜି ଜଣାପଡ଼ିଯିବ କିଏ ହେବେ ଓଡ଼ିଶା ପୋଲିସର ନୂଆ ମୁଖିଆ । ଡିଜିପି ଚୟନ ନେଇ ଆଜି ସୁପ୍ରିମକୋର୍ଟରେ ଗୁରୁତ୍ବପୂର୍ଣ୍ଣ ଶୁଣାଣି ।
ଆଜି ସ୍ପଷ୍ଟ ହେବ ପୋଲିସ ଡିଜି ସମୀକରଣ । ସୁପ୍ରିମକୋର୍ଟରେ ଆଜି ରହିଛି ମାମଲାର ଶୁଣାଣି । ରାଜ୍ୟ ସରକାର ଅଯୋଗ୍ୟ କିମ୍ବା କନିଷ୍ଠ IPS ଅଧିକାରୀଙ୍କୁ ନୂଆ ପ୍ୟାନେଲରେ ସାମିଲ କରିବା ପାଇଁ ଚେଷ୍ଟା କରୁଥିବା ଏବଂ ସୁପ୍ରିମକୋର୍ଟଙ୍କ 'ପ୍ରକାଶ ସିଂହ' ମାମଲାର ନିର୍ଦ୍ଦେଶାବଳୀକୁ ଏଡ଼ାଇବାକୁ ଉଦ୍ୟମ କରୁଥିବା ଅଭିଯୋଗ ନେଇ ଦାଖଲ ହୋଇଥିବା ଜନସ୍ବାର୍ଥ ମାମଲାକ ଶୁଣାଣି କରିବେ ସର୍ବୋଚ୍ଚ ଅଦାଲତ ।

ଏହାରି ଭିତରେ ଏହି ମାମଲାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଗତକାଲି ସୁପ୍ରିମକୋର୍ଟରେ ଏକ କାଉଣ୍ଟର ମଧ୍ୟ ଦାଖଲ ହୋଇଛି। ପୂର୍ବତନ DGP ୱାଇ.ବି. ଖୁରାନିଆ ଗତ ଅଗଷ୍ଟ ୧୬ ତାରିଖରୁ ଅବସର ନେଇସାରିଛନ୍ତି । ବର୍ତ୍ତମାନ ରାଜ୍ୟ ସରକାର ସ୍ଥାୟୀ DGP ନିଯୁକ୍ତି ହେବା ପର୍ଯ୍ୟନ୍ତ ବିନୟତୋଷ ମିଶ୍ରଙ୍କୁ କାର୍ଯ୍ୟକାରୀ DGP ଭାବେ ଦାୟିତ୍ବ ଦେଇଛନ୍ତି ।
DGP ରେସ୍ରେ ମୁଖ୍ୟତଃ ସୁଧାଂଶୁ ଷଡ଼ଙ୍ଗୀ, ସଞ୍ଜୀବ ପଣ୍ଡା ଏବଂ ଆର.ପି. କୋଚେଙ୍କ ନାମକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହାରି ଭିତରେ କାଲିର ଶୁଣାଣି ଉପରେ ରହିଛି ସମସ୍ତଙ୍କ ନଜର । ଆଜି ସୁପ୍ରିମକୋର୍ଟ ନୂଆ ପ୍ରସ୍ତୁତ ତାଲିକା ଆଧାରରେ ଚୟନ ପ୍ରକ୍ରିୟା ଆଗକୁ ବଢ଼ାଇବାକୁ UPSCକୁ କହିପାରନ୍ତି କିମ୍ବା ତରବରିଆ ଭାବେ କରାଯାଇଥିବା ପଦୋନ୍ନତି ଏବଂ ପ୍ୟାନେଲ ପ୍ରତ୍ୟାହାରକୁ ନେଇ କୋର୍ଟ ପ୍ରଶ୍ନ ଉଠାଇପାରନ୍ତି ଅବା ଶୁଣାଣିର ଫଳାଫଳ ନଆସିବା ପର୍ଯ୍ୟନ୍ତ ପ୍ରକ୍ରିୟା ଉପରେ ରୋକ୍ ଲଗାଇପାରନ୍ତି ବୋଲି ଆଇନ ବିଶାରଦ ମାନେ ମତ ପ୍ରକାଶ କରିଛନ୍ତି ।