President Odisha Visit: ବଡ଼ ଖବର । ଓଡ଼ିଶାରେ ପହଞ୍ଚିଥିଲେ ରାଷ୍ଟ୍ରପତି । ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୩ ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ରାଜଭବନ ଆସିଛନ୍ତି ରାଷ୍ଟ୍ରପତି । ଭୁବନେଶ୍ବର ବିମାନବନ୍ଦରରେ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ବାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ମୁଖ୍ୟ ସଚିବ ଅନୁ ଗର୍ଗ ।
ସେପଟେ ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ରାଷ୍ଟ୍ରପତି ଟ୍ରେନ ଯୋଗେ ଭୁବନେଶ୍ୱରରୁ ବ୍ରହ୍ମପୁର ଆସିବେ ଓ ରେଳ ଷ୍ଟେସନରୁ କାର ଯୋଗେ ତପ୍ତପାଣି ଯିବେ ଓ ସେଠାରେ ମାଆ କନ୍ଧୁଣି ଦେବୀଙ୍କୁ ପୂଜା କରିବେ । ସେଠାରେ ପୂଜା କରି ଗୋଳାବନ୍ଧ ଆର୍ମି ଏଡି କଲେଜକୁ ଯାଇ ସେଠାରେ ରାତ୍ରିଯାପନ କରିବେ । ୫ ତାରିଖରେ ଆର୍ମି ଏଡି କଲେଜରୁ ବାହାରି ରେଳ ଷ୍ଟେସନକୁ କାର ଯୋଗେ ଆସି ପୁଣି ଟ୍ରେନ ଯୋଗେ ବ୍ରହ୍ମପୁରରୁ ଭୁବନେଶ୍ୱର ଯିବାର କାର୍ଯ୍ୟକ୍ରମ ରହିଛି ।
ସେପଟେ ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ପ୍ରସ୍ତୁତି ଜୋରସୋରରେ ଚାଲିଛି । ରେଳ ଷ୍ଟେସନର ଚାରି ନମ୍ବର ପ୍ଲାଟଫର୍ମକୁ ସଫା ସୁତୁରା କରାଯିବା ସହ ପୋଲିସର ଡଗ ସ୍କ୍ୱାର୍ଡ, ବୋମା ନିଷ୍କ୍ରିୟକାରୀ ଟିମ୍ ଓ ମେଟାଲ ଡିଟେକଟର ଧରି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରାଯାଉଛି । ରାଷ୍ଟ୍ରପତି ଆସିବା ପରେ ରେଳଷ୍ଟେସନ ବାହାରେ ଗଞ୍ଜାମ ଜିଲ୍ଲାର ଲୋକକଳା ତଥା ଲୋକନୃତ୍ୟ ପରିବେଷଣ ହେବ ।

