ଭୁବନେଶ୍ୱର ୧୫।୦୮: ଶୁକ୍ରବାର ୧୯୭୭ ନୂଆ ସଂକ୍ରମିତ ଧରାପଡ଼ିଛନ୍ତି । ପୁଣି ୧୩୦୫ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ରାଜ୍ୟର ମାତ୍ର ୧୧ଟି ଜିଲ୍ଲାରେ ଆକ୍ଟିଭ୍ କେସ୍ (ସକ୍ରିୟ ବା ଚିକିତ୍ସିତ ରୋଗୀ ସଂଖ୍ୟା) ୫୦୦ ଉପରେ ରହିଛି । ବାକି ୧୯ଟି ଜିଲ୍ଲାରେ ଏହା ୫୦୦ ତଳେ ରହିଛି । ଏହା ରାଜ୍ୟର କରୋନା ସଫଳ ମୁକାବିଲା ଦିଗରେ ପୁଣି ବଡ଼ ଆଶା ଦେଖାଇଛି । ଖୋର୍ଦ୍ଧାରେ ସର୍ବାଧିକ ୩୩୭୩ ସକ୍ରିୟ ରୋଗୀ ବା ଚିକିତ୍ସାଧୀନ ରୋଗୀ ଅଛନ୍ତି । ଗଞ୍ଜାମରେ ୨୧୬୦, ସୁନ୍ଦରଗଡ଼ରେ ୧୦୭୧, ବାଲେଶ୍ୱରରେ ୫୪୮, ଭଦ୍ରକରେ ୫୨୧, କଟକରେ ୧୧୯୨, କୋରାପୁଟରେ ୫୯୧, ପୁରୀରେ ୬୨୯, ରାୟଗଡ଼ାରେ ୬୧୦, ନୟାଗଡ଼ରେ ୬୦୪ ଓ ସମ୍ବଲପୁରରେ ୫୩୭ ସକ୍ରିୟ ରୋଗୀ ଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି । ରାଜ୍ୟରେ ଟେଷ୍ଟିଂ ସଂଖ୍ୟା ପୁଣି ବଢ଼ିଛି । ପୁଣି ରେକର୍ଡ ସଂଖ୍ୟକ ୪୨୭୬୧ ନମୁନା ପରୀକ୍ଷା ହୋଇଛି ।