ମୁମ୍ବାଇ, ୦୫|୦୭: କରୋନା ଭାଇରସ ପାଇଁ ଭାରତୀୟ ଦଳର ଖେଳାଳି ପ୍ରାକ୍ଟିସ୍ କରିପାରୁ ନାହାଁନ୍ତି । ଏପରିକି କୌଣସି ଟୁର୍ଣ୍ଣାମେଣ୍ଟ ଖେଳାଯାଉ ନାହିଁ । ଖେଳାଳିମାନେ ପଡିଆକୁ ଫେରିବା ନେଇ ଅପେକ୍ଷା କରିଛନ୍ତି । ତେବେ ଘରେ ରହୁଥିବା ବେଳେ ଦଳର ଅଧିନାୟକ ବିରାଟ କୋହଲିଙ୍କ ପାଇଁ ଏକ ଅଡୁଆ ସୃଷ୍ଟି ହୋଇଛି । ଏନେଇ ସଞ୍ଜୀବ ଗୁପ୍ତାନାମକ ଜଣେ ବ୍ୟକ୍ତି ଲୋକପାଳକୁ ଏକ ମେଲ୍ କରିଛନ୍ତି । ଟାଇମସ୍ ଅଫ୍ ଇଣ୍ଡିଆ ଅନୁସାରେ, ବିସିସିଆଇକୁ ବିରାଟ କୋହଲିଙ୍କ ବିରୋଧରେ ମେଲ୍ କରିଥିବା ସଞ୍ଜୀବ ଗୁପ୍ତା ଭାରତୀୟ ଅଧିନାୟକଙ୍କ ବାଣିଜ୍ୟ କାରବାର ବାବଦରେ ଉଲ୍ଲେଖ କରିଛନ୍ତି ।ଏହା ଲୋଧା ସମିତି ସୁପାରିଶର ଉଲଙ୍ଘନ ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ, କୋହଲି ଗୋଟିଏ ସମୟରେ ଦୁିଟି ପଦରେ ରହିଛନ୍ତି । ଯାହା ସୁପ୍ରିମକୋର୍ଟ ଦ୍ୱାରା ଅନୁମୋଦିତ ବିସିସିଆଇ ନିୟମ ୩୮(୪)ର ଉଲଙ୍ଘନ ।