Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
Adhara Pana: ଭାଙ୍ଗିଲା ଅଧରପଣା ହାଣ୍ଡି

Adhara Pana: ଭାଙ୍ଗିଲା ଅଧରପଣା ହାଣ୍ଡି

Nirvay News 2 hrs ago

ଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ଅଧରପଣା ନୀତି ସମ୍ପନ୍ନ ହୋଇଛି । ପାର୍ଶ୍ୱ ଦେବାଦେବୀ ଓ ଅନ୍ୟାନ୍ୟ ଚଣ୍ଡୀ ଚାମୁଣ୍ଡାଙ୍କୁ ଶାନ୍ତି କରିବା ପାଇଁ ଅଧରପଣା କରାଯାଇ ଅଧର ହାଣ୍ଡିକୁ ରଥ ଉପରେ ଭଙ୍ଗାଯାଇଛି । ଅପରାହ୍ନରେ ମଧ୍ୟାହ୍ନ ଧୂପ ନୀତି ଶେଷ ହେବା ପରେ ସନ୍ଧ୍ୟା ଓ ରାତି ମଧ୍ୟରେ ଅଧରପଣା ନୀତି ସଫଳତାର ସହ ଶେଷ ହୋଇଛି।

ସୂଚନା ଅନୁଯାୟୀ; ଅଧରପଣା ହାଣ୍ଡିରେ ବଡଓଡ଼ିଆ ମଠ, ରାଘବଦାସ ମଠ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରଦତ୍ତ ଛେନା, ଛାଚି, କ୍ଷୀର, ସର, ଗୋଲମରିଚ, କର୍ପୁର, ଜାଇଫଳ, କଦଳୀ ଆଦିକୁ ମିଶ୍ରଣ କରାଯାଇ ପଣା ପ୍ରସ୍ତୁତ କରାଯାଏ । ବିଶ୍ୱାସ ରହିଛି ଯଜ୍ଞ ପୂଜା ଦ୍ୱାରା ରଥଯାତ୍ରା ସମୟରେ ଶ୍ରୀଜିଉମାନଙ୍କ ସହିତ ୩୩ କୋଟି ଦେବଦେବୀ, ଅସୁର, ଅଶରୀରୀ, କିନ୍ନର, ନାଗ, ଚଣ୍ଡୀ, ଚାମୁଣ୍ଡା, ଭୂତ, ପ୍ରେତ ଯାତ୍ରା କରିଥାନ୍ତି । ସେମାନଙ୍କ ସନ୍ତୁଷ୍ଟି ପାଇଁ ଅଧରପଣା କରାଯାଇ ରଥ ଉପରେ ହାଣ୍ଡି ଭଙ୍ଗାଯାଏ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Nirvay News