Dailyhunt
BJD Meeting at Pramila Mallik's Residence: ପ୍ରମିଳାଙ୍କ ସରକାରୀ ବାସଭବନରେ ଯାଜପୁର ନେତାଙ୍କ ମେଳି

BJD Meeting at Pramila Mallik's Residence: ପ୍ରମିଳାଙ୍କ ସରକାରୀ ବାସଭବନରେ ଯାଜପୁର ନେତାଙ୍କ ମେଳି

Nirvay News 1 week ago

ପୁଣି ମେଳି ବାନ୍ଧିଲେ ବିଜେଡି ନେତା। ପ୍ରମିଳାଙ୍କ ସରକାରୀ ବାସଭବନରେ ଯାଜପୁର ନେତାଙ୍କ ମେଳି।ଭଦ୍ରକ ମଣ୍ଡଳ ଦମ୍ପତିଙ୍କୁ ବିଜେଡିରୁ ସସପେଣ୍ଡ କରାଯାଇବା ପରେ ଏହି ବୈଠକ ଆୟୋଜନ ହୋଇଥିବାରୁ ଦଳୀୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି। ଏହି ବୈଠକରେ ପ୍ରମିଳା ମଲ୍ଲିକ, ବିଶ୍ୱ ମଲ୍ଲିକ, ସୁଜାତା ସାହୁ ,ପ୍ରୀତି ରଞ୍ଜନ ଘଡ଼ାଇ, ପ୍ରଣବ ବଳବନ୍ତରାୟଙ୍କ ସମେତ ବହୁ ନେତା ଉପସ୍ଥିତ ରହିଥିବା ଜଣାପଡ଼ିଛି।

ଯାଜପୁର ସଂଗଠନକୁ ମଜବୁତ କରିବା ସହିତ ଆଗାମୀ ରାଜନୀତିକ ପଦକ୍ଷେପ ନେଇ ଏହି ବୈଠକରେ ଆଲୋଚନା ହୋଇଥିବା ସୂଚନା ମିଳିଛି।

ଅନ୍ୟପଟେ, ଭଦ୍ରକ ଜିଲ୍ଲାର ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ମୁକ୍ତିକାନ୍ତ ମଣ୍ଡଳ ଓ ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳଙ୍କୁ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ଗତକାଲି ବିଜେଡିରୁ ନିଲମ୍ବନ କରାଯାଇଛି। ନିର୍ବାଚନ ପର ଠାରୁ ମଣ୍ଡଳ ଦମ୍ପତି ଦଳ ଭିତରେ ଏକପ୍ରକାର କୋଣଠେସା ହୋଇଛନ୍ତି । ଏପରିକି ବହୁ ଦଳୀୟ କାର୍ଯ୍ୟକ୍ରମରେ ମଣ୍ଡଳ ଦମ୍ପତିଙ୍କୁ ଦେଖିବାକୁ ମିଳୁନଥିଲା। ଏହା ସହ ଏହି ବିଜେଡି ନେତା ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହ ଆଲୋଚନା କରୁଥିବା ମଧ୍ୟ ଚର୍ଚ୍ଚା ହେଉଥିଲା। ଏହି ସସପେଣ୍ଡ ପରେ ହୋଇଥିବା ବୈଠକକୁ ନେଇ ରାଜନୀତିକ ମହଳରେ ବିଭିନ୍ନ ଆଲୋଚନା ଚାଲିଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Nirvay News