Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
Food Safety Raid At Pal Heights Mall: ଜୟଦେବ ବିହାର ପାଲ୍ ହାଇଟ୍ସ KFC ଓ ବର୍ଗର କିଙ୍ଗ୍‌ରେ ଚଢ଼ାଉ; ଜବତ ହେଲା ବାସି ଓ ଅସ୍ୱାସ୍ଥ୍ୟକର ଚିକେନ୍

Food Safety Raid At Pal Heights Mall: ଜୟଦେବ ବିହାର ପାଲ୍ ହାଇଟ୍ସ KFC ଓ ବର୍ଗର କିଙ୍ଗ୍‌ରେ ଚଢ଼ାଉ; ଜବତ ହେଲା ବାସି ଓ ଅସ୍ୱାସ୍ଥ୍ୟକର ଚିକେନ୍

Nirvay News 1 week ago

ରାଜ୍ୟରେ ଖାଦ୍ୟର ଗୁଣବତ୍ତା ଏବଂ ସୁରକ୍ଷା ମାନଦଣ୍ଡ ଯାଞ୍ଚ କରିବା ପାଇଁ ଗତକାଲି ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ଟ୍ବିନ୍‌ ସିଟିର ବିଭିନ୍ନ ଖାଦ୍ୟ ଆଉଟଲେଟ୍‌ରେ ଚଢ଼ାଉ କରାଯାଇଛି। ସୂର୍ଯ୍ୟ ନଗର, ଜଗମାରା, ଜୟଦେବ ବିହାର, ନୟାପଲ୍ଲୀ, କଳିଙ୍ଗ ନଗର, ପଟିଆ ଏବଂ ଅନ୍ୟାନ୍ୟ ପ୍ରମୁଖ ସ୍ଥାନରେ ଥିବା ପ୍ରାୟ ୨୦ଟି ଆଉଟ୍‌ଲେଟ୍‌ରେ ଏହି ଯାଞ୍ଚ କରାଯାଇଛି ।

ଖାଦ୍ୟ ସୁରକ୍ଷା ନିୟମ ଉଲ୍ଲଂଘନ ଅଭିଯୋଗରେ ପ୍ରାୟ ୧୦ଟି ଆଉଟ୍‌ଲେଟ୍‌କୁ 'କାରଣ ଦର୍ଶାଅ' ନୋଟିସ୍‌ ଜାରି କରାଯାଇଥିବା ବେଳେ ଖାଇବା ପାଇଁ ଅନୁପଯୁକ୍ତ ଥିବା ପ୍ରାୟ ୬୦ କିଲୋଗ୍ରାମ ଖାଦ୍ୟ ସାମଗ୍ରୀକୁ ନଷ୍ଟ କରିଦିଆଯାଇଛି।

ଏହି ଯାଞ୍ଚ ଅଭିଯାନ ମଧ୍ୟରୁ ଗୋଟିଏ ଜୟଦେବ ବିହାର ଅଞ୍ଚଳରେ ଥିବା 'ପାଲ୍ ହାଇଟ୍ସ ମଲ୍' ଭିତରେ ଥିବା ଏକ ଲୋକପ୍ରିୟ ଫାଷ୍ଟ-ଫୁଡ୍ ଆଉଟଲେଟ୍‌ରେ ହଠାତ୍ ଚଢ଼ାଉ କରାଯାଇଛି। ମଲ୍‌ରେ ଥିବା ପ୍ରସିଦ୍ଧ ଫାଷ୍ଟଫୁଡ୍ ଆଉଟଲେଟ୍ KFC ଏବଂ ବର୍ଗର କିଙ୍ଗରେ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ଯାଞ୍ଚ ସମୟରେ ବିପୁଳ ପରିମାଣର ବାସି ଏବଂ ଅସ୍ୱାସ୍ଥ୍ୟକର ଚିକେନ୍ ଜବତ କରାଯାଇଛି। ଅଧିକାରୀମାନେ ପ୍ରାୟ ୬ କିଲୋଗ୍ରାମ ବାସି ଫ୍ରୋଜନ୍ ନନ୍-ଭେଜ୍ ଖାଦ୍ୟ ଜବତ କରିଛନ୍ତି। ଏହି ଖାଦ୍ୟ ବିକ୍ରି ପାଇଁ ଅନୁପଯୁକ୍ତ ଥିବା ଜଣାପଡ଼ିବା ପରେ ଏହାକୁ ଜବତ କରାଯାଇଥିଲା।

ସେହିପରି କଟକ ସଦର ଅଞ୍ଛଳର ଭାନପୁରଠାରେ ଥିବା 'ୱାଓ! ମୋମୋ' ଗୋଦାମକୁ ଖାଦ୍ୟ ସୁରକ୍ଷା ନିୟମ ଉଲ୍ଲଂଘନ ଅଭିଯୋଗରେ ସିଲ୍‌ କରାଯାଇଛି। ଏହାର ମାଲିକଙ୍କୁ ନୋଟିସ୍‌ ପଠାଯାଇଥିବା ସିଟି ହେଲ୍‌ଥ ଅଫିସର ଡାକ୍ତର ନୃପେନ୍ଦ୍ର କୁମାର ଶତପଥୀ ନିଶ୍ଚିତ କରିଛନ୍ତି।

ବିଶ୍ୱସ୍ତରୀୟ ଏବଂ ଜାତୀୟ ସ୍ତରର ବଡ଼ ବ୍ରାଣ୍ଡ ହୋଇଥିଲେ ସୁଦ୍ଧା ଏପରି ଅସ୍ୱାସ୍ଥ୍ୟକର ଖାଦ୍ୟ ପରିବେଷଣକୁ ନେଇ ଗ୍ରାହକ ଓ ଅଭିଭାବକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Nirvay News