Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
Hidden Camera in Women's Washroom: ମହିଳା ୱାସ୍‌ ରୁମ୍‌ରୁ ହିଡେନ କ୍ୟାମେରା ଘଟଣା; କିରାଣି ସସ୍‌ପେଣ୍ଡ୍‌

Hidden Camera in Women's Washroom: ମହିଳା ୱାସ୍‌ ରୁମ୍‌ରୁ ହିଡେନ କ୍ୟାମେରା ଘଟଣା; କିରାଣି ସସ୍‌ପେଣ୍ଡ୍‌

Nirvay News 2 weeks ago

ଗତସିଂହପୁର DRDA କାର୍ଯ୍ୟାଳୟର ମହିଳା ୱାସ୍‌ ରୁମ୍‌ରୁ ହିଡେନ କ୍ୟାମେରା ମିଳିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ହୋଇଛି । ଜିଲ୍ଲାପାଳ DRDA ର କନିଷ୍ଠ କିରାଣି ସଞ୍ଜୟ ଅଧେକାଙ୍କୁ ସସ୍‌ପେଣ୍ଡ୍‌ କରିଛନ୍ତି । ସୂଚନା ଅନୁସାରେ, DRDA ଅଫିସର ମହିଳା ୱାସ୍‌ ରୁମ୍‌ରେ ଏକ ଗୁପ୍ତ କ୍ୟାମେରା ଲାଗିଥିବା ଜଣାପଡ଼ିଥିଲା । ଏହି ଘଟଣା ସାମ୍ନାକୁ ଆସିବା ପରେ କର୍ମଚାରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା ।

ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତ କନିଷ୍ଠ କିରାଣି ସଞ୍ଜୟ ଅଧେକାଙ୍କୁ ନିଲମ୍ବିତ କରିଛନ୍ତି । ଅନ୍ୟପଟେ ତିର୍ତ୍ତୋଲ ପୋଲିସ ସମ୍ପୃକ୍ତ କିରାଣିଙ୍କୁ ଅଟକ ରଖି ପଚରାଉଚରା କରୁଛି । ହିଡେନ କ୍ୟାମେରା କିଏ ଲଗାଇଲା ଏବଂ ଏହା ପଛର ଉଦ୍ଦେଶ୍ୟ କ'ଣ ଥିଲା, ସେ ନେଇ ପୋଲିସ ତଦନ୍ତ ଜାରି ରଖିଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Nirvay News