Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
Machkund Dam Gate Opened: ଲଗାଣ ବର୍ଷାରେ ବଢ଼ିଲା ଜଳସ୍ତର, ଖୋଲିଲା ମାଛକୁଣ୍ଡ ଡ୍ୟାମ୍‌ର ଗୋଟିଏ ଗେଟ୍

Machkund Dam Gate Opened: ଲଗାଣ ବର୍ଷାରେ ବଢ଼ିଲା ଜଳସ୍ତର, ଖୋଲିଲା ମାଛକୁଣ୍ଡ ଡ୍ୟାମ୍‌ର ଗୋଟିଏ ଗେଟ୍

Nirvay News 1 week ago

ଗାଣ ବର୍ଷା ଯୋଗୁଁ କୋରାପୁଟ ଜିଲ୍ଲା, ଲମତାପୁଟ ବ୍ଲକ ଅନ୍ତର୍ଗତ ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପର ଡି. ଡ୍ୟାମ୍‌ର ଜଳସ୍ତର ବିପଦ ସଙ୍କେତର ନିକଟତର ହେବା ପରେ କର୍ତ୍ତୃପକ୍ଷ ଡ୍ୟାମ୍‌ର ଗୋଟିଏ ଗେଟ୍‌ ଖୋଲି ଜଳ ନିଷ୍କାସନ ଆରମ୍ଭ କରିଛନ୍ତି । ଚଳିତ ବର୍ଷ ପାଇଁ ଏହା ହେଉଛି ଡି ଡ୍ୟାମ୍‌ର ପ୍ରଥମ ଗେଟ୍‌ ଖୋଲା ।

ଡ୍ୟାମ୍‌ର ସମ୍ପୂର୍ଣ୍ଣ କ୍ଷମତା ୨୫୯୦ ଫୁଟ୍‌ ରହିଥିବା ବେଳେ ଏବେ ଜଳସ୍ତର ୨୫୮୭ ଫୁଟ୍‌ରେ ପହଞ୍ଚିଛି ।

ଫଳରେ ବିପଦ ଟଳିବା ପାଇଁ ୭ ନମ୍ବର ଗେଟ୍‌ ଦେଇ ପ୍ରତି ସେକେଣ୍ଡରେ ପ୍ରାୟ ଏକ ହଜାର କ୍ୟୁସେକ୍‌ ଜଳ ନିଷ୍କାସନ କରାଯାଉଛି । ଆଗାମୀ ଦିନରେ ବର୍ଷା ପରିମାଣ ବୃଦ୍ଧି ପାଇଲେ ଆବଶ୍ୟକ ଅନୁସାରେ ଡ୍ୟାମ୍‌ର ଅଧିକ ଗେଟ୍‌ ଖୋଲାଯିବ ବୋଲି ଅଧିକାରୀ ସୂଚନା ଦେଇଛନ୍ତି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Nirvay News