ଯୁକ୍ତ ୨ ପରୀକ୍ଷାକୁ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ପକ୍ଷରୁ ନୂଆ ନିୟମ ଜାରି କରାଯାଇଛି । ଏଣିକି ଏକ୍ସ ରେଗୁଲାର ପରୀକ୍ଷାର୍ଥୀମାନେ ମଧ୍ୟ ଇଣ୍ଟରନାଲ ପରୀକ୍ଷା ଦେବେ । ଏନେଇ CHSE ସିଲାବସ୍ କମିଟି ବୈଠକରେ ନୂଆ ନିୟମକୁ ଅନୁମୋଦନ ମିଳିଛି ।
ନୂଆ ନିୟମ ଅନୁଯାୟୀ, ଜଣେ ପରୀକ୍ଷାର୍ଥୀ ଥରେ ଇଣ୍ଟରନାଲ ପରୀକ୍ଷା ଦେଲେ, ତାଙ୍କର ଇଣ୍ଟରନାଲ ମାର୍କ ୩ ବର୍ଷ ପର୍ଯ୍ୟନ୍ତ ବୈଧ ରହିବ ।
ଏହି ସମୟ ମଧ୍ୟରେ ପରୀକ୍ଷାର୍ଥୀ ଯୁକ୍ତ ୨ ପରୀକ୍ଷାରେ କୃତକାର୍ଯ୍ୟ ହୋଇପାରିବେ ।
ତେବେ ୩ ବର୍ଷ ମଧ୍ୟରେ କୃତକାର୍ଯ୍ୟ ନହେଲେ ପୁଣିଥରେ ଇଣ୍ଟରନାଲ ପରୀକ୍ଷା ଦେବାକୁ ପଡ଼ିବ । ଅର୍ଥାତ୍ ଇଣ୍ଟରନାଲ ପରୀକ୍ଷାରେ ଥରେ ହାସଲ କରିଥିବା ମାର୍କ ଅନିର୍ଦ୍ଦିଷ୍ଟ ସମୟ ପାଇଁ ବୈଧ ରହିବ ନାହିଁ ।
CHSE ପରୀକ୍ଷା ନିୟନ୍ତ୍ରକଙ୍କ ସୂଚନା ଅନୁଯାୟୀ, ଏହି ନୂଆ ନିୟମ ୨୦୨୭ ମସିହାରୁ ଲାଗୁ ହେବ । ନିୟମ ଲାଗୁ ହେବା ପରେ ଏକ୍ସ ରେଗୁଲାର ପରୀକ୍ଷାର୍ଥୀଙ୍କ ଇଣ୍ଟରନାଲ ପରୀକ୍ଷା ନେଇ ପ୍ରକ୍ରିୟାରେ ପରିବର୍ତ୍ତନ ଆସିବ ।

