Dailyhunt

Odia Film Producer Passes Away: ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ ରବି ସ୍ୱାଇଁଙ୍କ ପରଲୋକ

Nirvay News 2 weeks ago

ଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ ରବି ସ୍ୱାଇଁଙ୍କ ପରଲୋକ । ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ,ଶିଳ୍ପପତି ଏବଂ ପ୍ରଖ୍ୟାତ ସମାଜସେବୀ ରବି ସ୍ୱାଇଁଙ୍କ ୭୫ ବର୍ଷ ବୟସରେ ଦେହାନ୍ତ ହୋଇଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ସକାଳ ପ୍ରାୟ ୬ଟାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ଲିଭର ସିରୋସିସ୍ ରୋଗରେ ପୀଡିତ ଥିଲେ।

୧୩ ଜୁନ୍ ୧୯୫୧ରେ ଜନ୍ମଗ୍ରହଣ କରିଥିବା ରବି ସ୍ୱାଇଁ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ସେ ଓଲିଉଡ଼ରେ ଅନେକ ସଫଳ ଚଳଚ୍ଚିତ୍ର ଭେଟି ଦେଇଛନ୍ତି। ଜୋର ଯାର ମୂଲକ ତାର,କି ହେବ ଶୁଆ ପୋଷିଲେ। ଉଦଣ୍ଡୀ ସୀତା ଓ ପଞ୍ଜୁରୀ ଭିତରେ ଶାରୀ ଫିଲ୍ମରେ ପ୍ରଯୋଜକ ଥିଲେ । ଏହି ଚଳଚ୍ଚିତ୍ରଗୁଡ଼ିକ ରାଜ୍ୟ ସାରା ଯଥେଷ୍ଟ ପ୍ରଶଂସା ପାଇଥିଲା।

ସିନେମାରେ ତାଙ୍କ କାର୍ଯ୍ୟ ବ୍ୟତୀତ, ସ୍ୱାମୀ ଜଣେ ଉଦ୍ୟୋଗୀ ଏବଂ ଶିକ୍ଷାବିତ୍ ମଧ୍ୟ ଥିଲେ। ସେ କ୍ଷେତ୍ରମୋହନ ମେମୋରିଆଲ୍ ଟ୍ରଷ୍ଟ, ଓମ୍ ଶାନ୍ତି ସାଇନ୍ସ ଆଣ୍ଡ୍ ଟେକ୍ନୋଲୋଜି କଲେଜ, କ୍ଷେତ୍ରମୋହନ ଆଇଟିସି ଏବଂ ଦୈତାରୀ ଆଇଟିସି ସମେତ ଅନେକ ଅନୁଷ୍ଠାନ ପ୍ରତିଷ୍ଠା କରିଥିଲେ, ଯାହା ଏହି ଅଞ୍ଚଳରେ ଶିକ୍ଷା ଏବଂ ଦକ୍ଷତା ବିକାଶରେ ଅବଦାନ ରଖିଥିଲା।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Nirvay News