ଆସନ୍ତା ସେପ୍ଟେମ୍ବର ୫ ଏବଂ ୬ ତାରିଖରେ ରାଜ୍ୟ ବିଜେପିର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଏହି ଦୁଇ ଦିନିଆ ବୈଠକ ଢେଙ୍କାନାଳଠାରେ ଆୟୋଜିତ ହେବା ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ରାଜ୍ୟ ନେତୃତ୍ୱ ନେବେ ବୋଲି ବିଧାୟକ ବିଭୂତି ଭୂଷଣ ପ୍ରଧାନ ସୂଚନା ଦେଇଛନ୍ତି।
ଏହି ବୈଠକରେ ବିଶେଷ କରି ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ଦଳୀୟ ରୋଡମ୍ୟାପ୍ ଓ ରଣନୀତି ପ୍ରସ୍ତୁତ କରାଯିବା ନେଇ ଅନୁମାନ କରାଯାଉଛି।

