ମନ୍ କି ବାତ୍ ଓଡ଼ିଶାର ବେଲପଣାକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ଆଜି ତାଙ୍କର ଲୋକପ୍ରିୟ ମାସିକ ରେଡିଓ କାର୍ଯ୍ୟକ୍ରମ 'ମନ କି ବାତ'ର ୧୩୪ତମ ସଂସ୍କରଣରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ଗ୍ରୀଷ୍ମ ପ୍ରବାହକୁ ନେଇ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଦେଶରେ ଏବେ ଗ୍ରୀଷ୍ମଋତୁ ଚାଲିଛି। ପ୍ରବଳ ଖରାରୁ ବର୍ତ୍ତିବା ପାଇଁ ଘରେ ପ୍ରସ୍ତୁତ ଖାଦ୍ୟ ଖାଆନ୍ତୁ। ଏବଂ ଘରେ ପ୍ରସ୍ତୁତ ପାନୀୟକୁ ଗୁରୁତ୍ବ ଦିଅନ୍ତୁ।
ଏଥିସହ ଦେଶର ବିଭିନ୍ନ ସ୍ଥାନର ପାନୀୟକୁ ନେଇ ଆଲୋଚନା କରି ଓଡ଼ିଶାର ବେଲପଣା ସହ ସୁସ୍ବାଦୁ ଆମ୍ବକୁ ପ୍ରଶଂସା କରୁଛନ୍ତି ପ୍ରଧାନମନ୍ତ୍ରୀ । ଏହା ସହ ପେଟକୁ ଥଣ୍ଡା ରଖୁଥିବା ବେଲପଣା ପିଇବାକୁ ପରାମର୍ଶ ଦେଇଛନ୍ତି ମୋଦି ।

