ସହରାଞ୍ଚଳରେ ଗରିବଙ୍କୁ ଘର ଦେବେ ରାଜ୍ୟ ସରକାର। ସହରାଞ୍ଚଳର ଗରିବ ପରିବାରଗୁଡ଼ିକୁ ପକ୍କା ଘର ଯୋଗାଇଦେବା ପାଇଁ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ 'ପିଏମ୍ଏୱାଇ-ୟୁ (ବନ୍ଧୁ) ଯୋଜନା' (PMAY-U Bandhu Yojana) ଆରମ୍ଭ କରାଯିବ। ଏହି ଯୋଜନା ମାଧ୍ୟମରେ ସହରରେ ବସବାସ କରୁଥିବା ବହୁ ଗରିବ ପରିବାର ନିଜର ପକ୍କା ଘର ସ୍ୱପ୍ନକୁ ସାକାର କରିପାରିବେ।
୨ ବର୍ଷରେ ୧୬୧୫ କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବାବେଳେ ଏହି ଯୋଜନାରେ ୫ ବର୍ଷରେ ୩୦ ହଜାର ସୁଲଭ ଘର ନିର୍ମାଣ, ୧୦ ହଜାର ସୁଲଭ ଭଡ଼ା ଗୃହ ଏବଂ ଟ୍ରାଞ୍ଜିଟ୍ ହାଉସ୍ ନିର୍ମାଣ ହେବ ବୋଲି ଲକ୍ଷ୍ୟ ରଖାଯାଇଛି ।

