Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
Radha Ashtami Today: ଆଜି ପବିତ୍ର ରାଧାଷ୍ଟମୀ, ଜାଣନ୍ତୁ ମାହାତ୍ମ୍ୟ

Radha Ashtami Today: ଆଜି ପବିତ୍ର ରାଧାଷ୍ଟମୀ, ଜାଣନ୍ତୁ ମାହାତ୍ମ୍ୟ

Nirvay News 2 days ago

ଜି ପବିତ୍ର ରାଧାଷ୍ଟମୀ, ଶ୍ରୀରାଧାଙ୍କ ଜନ୍ମ । ଶ୍ରୀକୃଷ୍ଣଙ୍କର ଜନ୍ମତିଥିକୁ ଯେପରି "ଜନ୍ମାଷ୍ଟମୀ" ଭାବରେ ପାଳନ କରାଯାଏ, ଶ୍ରୀରାଧାଙ୍କର ଜନ୍ମତିଥିକୁ ସେହିପରି "ରାଧାଷ୍ଟମୀ" ଭାବରେ ପାଳନ କରାଯାଏ । ରାଧାଷ୍ଟମୀ ବ୍ରତ ଭାଦ୍ରବ ମାସ ଶୁକ୍ଳ ପକ୍ଷ ଅଷ୍ଟମୀରେ ପାଳନ କରାଯାଏ । ଏଥିରେ ରାଧାଙ୍କର ଜନ୍ମ ବୃତ୍ତାନ୍ତ ବ୍ୟତୀତ ଏକ ବ୍ରତ କଥା ପଢ଼ା ଯାଇଥାଏ ।

ଆଜି ପବିତ୍ର ରାଧାଷ୍ଟମୀ ଅବସରରେ ଭକ୍ତମାନେ ଶ୍ରୀରାଧାଙ୍କ ଶ୍ରୀଚରଣ ଦର୍ଶନ ପାଇବେ । ବର୍ଷର ଅନ୍ୟ ସମୟରେ ଆବୃତ ରହୁଥିବା ଶ୍ରୀରାଧାଙ୍କ ପାଦପଦ୍ମ ଏହି ପବିତ୍ର ଦିନରେ କେତେକ ମନ୍ଦିରରେ ଭକ୍ତଙ୍କ ଦର୍ଶନ ପାଇଁ ଉନ୍ମୁକ୍ତ କରାଯାଏ ।

ପୌରାଣିକ କଥାନୁସାରେ, ସୂର୍ଯ୍ୟଦେବ କଠିନ ତପସ୍ୟାରତ ହେଲେ । ଫଳରେ ପୃଥିବୀ ଅନ୍ଧକାରାଚ୍ଛନ୍ନ ହେଲା । ଇନ୍ଦ୍ର ଏବଂ ଅନ୍ୟ ଦେବତାଗଣଙ୍କ ଯାଇ ଶ୍ରୀହରିଙ୍କୁ ପ୍ରାର୍ଥନା କଲେ । ଶ୍ରୀହରି ସୂର୍ଯ୍ୟଙ୍କୁ ଦର୍ଶନ ଦେଇ ବର ପ୍ରାର୍ଥନା କରିବାକୁ କହିଥିଲେ । ସୂର୍ଯ୍ୟଦେବ ଗୋଟିଏ ଗୁଣବତୀ କନ୍ୟାର ବର ମାଗିଥିଲେ ଏବଂ ଶ୍ରୀହରି ଚିରଦିନ ସେହି କନ୍ୟାପ୍ରତି ବଶୀଭୂତ ରହିବେ ବୋଲି ଇଛା ପ୍ରକଟ କରିଥିଲେ ।

ସୂର୍ଯ୍ୟଦେବଙ୍କ ତପସ୍ୟାର ବରରୁ ଶ୍ରୀରାଧାଙ୍କ ଅବତାର ହୋଇଥିଲା । ସୂର୍ଯ୍ୟଦେବ ବୃନ୍ଦାବନର ନନ୍ଦାଳୟରେ ବୃଷଭାନୁ ରାଜା ନାମରେ ଜନ୍ମ ଗ୍ରହଣ କଲେ । ବୃଷଭାନୁ ଓ କୀର୍ତ୍ତିଦାଙ୍କ କନ୍ୟା ଭାବେ ଭାଦ୍ରବ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ଶ୍ରୀରାଧା ଜନ୍ମଗ୍ରହଣ କରିଥିଲେ । ଏହି ପୃଥିବୀରେ ଶ୍ରୀହରି କେବଳ ଶ୍ରୀରାଧାଙ୍କର ବଶୀଭୂତ । ଶ୍ରୀରାଧା ଓ ଶ୍ରୀକୃଷ୍ଣଙ୍କ ମଧ୍ୟରେ କୌଣସି ଭେଦ ନଥିବାରୁ ତାଙ୍କ ଜନ୍ମତିଥିକୁ ଶ୍ରୀରାଧାଷ୍ଟମୀ ଭାବେ ଭକ୍ତି ଓ ଶ୍ରଦ୍ଧାର ସହ ପାଳନ କରାଯାଏ ।

ଓଡ଼ିଶାର ଶ୍ରୀମନ୍ଦିର ଓ ସାକ୍ଷୀଗୋପାଳ ମନ୍ଦିରରେ ଏହି ପର୍ବର ନୀତିକାନ୍ତି ଯଥାବିଧି ପାଳିତ ହୋଇଥାଏ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Nirvay News