ଓଡ଼ିଆ ନ୍ୟୁଜ୍: କେସିଙ୍ଗା ରେଲୱେ ଷ୍ଟେସନରୁ ୪୦ ଲକ୍ଷ ଟଙ୍କା ଜବତ ଘଟଣା। ଟିଟିଲାଗଡ଼ ରେଲୱେ ଷ୍ଟେସନକୁ ଆସି ଆୟକର ବିଭାଗର ଛାନଭିନ୍। ଟଙ୍କା ମିଳିଥିବା ଯୁବକ ପ୍ରଭାତ ସାମୁଏଲକୁ ପଚରାଉଚରା।ସୁନା ବ୍ୟବସାୟୀ ଅଜୟ ସୋନିଙ୍କ ଠାରୁ ଟଙ୍କା ନେଇ ରାୟପୁର ଯାଉଥିଲେ କହୁଛନ୍ତି।ସତ କହୁଛନ୍ତି ନା ମିଛ, ଛାନ୍ଭିନ କରୁଛି ରେଲୱେ ପୋଲିସ।
ସୂଚନା ଥାଉକି, କଳାହାଣ୍ଡି ଜିଲ୍ଲା କେସିଙ୍ଗା ରେଳ ଷ୍ଟେସନରୁ ସନ୍ଦେହ ଜନକ ଅବସ୍ଥାରେ ଜଣେ ଅଣ ଓଡ଼ିଆ ବ୍ୟବସାୟୀ ବୁଲୁଥିବା ଦେଖି ତାଙ୍କୁ ଅଟକ ରଖିଥିଲା । ଯୁବକଙ୍କଠାରୁ ବିଡାବିଡା ଟଙ୍କା ବାହାରି ଥିଲା ଯାହାକି ୪୦ ଲକ୍ଷ ଟଙ୍କା ରହିଥିଲା । ଏନେଇ ଟିଟିଲାଗଡ଼ ଆରପିଏଫ ଥାନାରେ ଅଟକ ରଖି ଅଧିକ ତଦନ୍ତ ଆରମ୍ଭ କରିଥିଲା । ଅଟକ ଥିବା ବ୍ୟକ୍ତି ଜଣକ ପଶ୍ଚିମ ବଙ୍ଗର ପ୍ରଭାସ ସାମୁଏଲ । ତେବେ ଶୁକ୍ରବାର ଜବତ ହୋଇଥିବା ଟଙ୍କାକୁ ଆୟକର ବିଭାଗ ର ଅଧିକାରୀ ଆସି ଅଧିକ ତଦନ୍ତ କଲେ ସ୍ପଷ୍ଟ ହେବ ନଗଦ ଟଙ୍କା କାହାର ଓ କେଉଁଠିକୁ ଯାଉଥିଲା ବୋଲି ସୂଚନା ଦେଇଛନ୍ତି ଟିଟିଲାଗଡ଼ ଆର ପି ଏଫ ଥାନା ଅଧିକାରୀ । ତେବେ ଏତେ ଟଙ୍କା ବାହାଘର ପାଇଁ ଯୁବ ଜଣକ ନେଇକି ଯାଉଥିବା କହିଥିବା ବେଳେ ପଶ୍ଚିମବଙ୍ଗରୁ ରାଇପୁର ପର୍ଯ୍ୟନ୍ତ ଯାଉଥିବା ଜଣାପଡିଛି। ତେବେ ଏହା ସତରେ ବାହାଘର ପାଇଁ ନା ରହିଛି ଏହାରି ଭିତରେ ଆଉ କିଛି କାରଣ ତାହା ଆୟକର ବିଭାଗ ତଦନ୍ତ ପରେ ସ୍ପଷ୍ଟ ହେବ।

