Dailyhunt
ଆଜି ବସିବ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ

ଆଜି ବସିବ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ

ଡ଼ିଆ ନ୍ୟୁଜ୍: ଆଜି ବସିବ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ।ଗଣତନ୍ତ୍ରରେ ମହିଳାଙ୍କ ଯୋଗଦାନ ସମ୍ପର୍କରେ ହେବ ଆଲୋଚନା। ଦିନିକିଆ ଅଧିବେଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି।୩୦ ପ୍ଲାଟୁନ୍ ଫୋର୍ସ ମୁତୟନ, ତ୍ରିସ୍ତରୀୟ ବଳୟରେ ବିଧାନସଭା।ଦିନ 11 ବେଳେ ଗୃହ କାର୍ଯ୍ୟ ଆରମ୍ଭ ହେବା କ୍ଷଣି ଗୃହରେ ଆଲୋଚନା ଆରମ୍ଭ ହେବ. ସଂସଦରେ ସୀମା ନିର୍ଦ୍ଧାରଣ ଏବଂ 33ପ୍ରତିଶତ ମହିଳା ସଂରକ୍ଷଣ ପ୍ରସ୍ତାବ କାଟ ଖାଇବା ପରେ ଆଜି ବିଧାନସଭାରେ ସ୍ୱତନ୍ତ୍ର ଭାବେ ଏ ପ୍ରସଙ୍ଗରେ ଆଲୋଚନା କରିବାକୁ ଅଣ୍ଟା ଭିଡିଛି ଶାସକ ଦଳ ।

ଆଲୋଚନା ଆରମ୍ଭରୁ ଗୃହରେ ଉଷ୍ମତା ଦେଖା ଦେଇପାରେ। କୌଣସି ବିଲ କିମ୍ବା ଗୃହରେ ଅନ୍ୟ କୌଣସି କାର୍ଯ୍ୟ ନଥାଇ ଶାସକ ଦଳ ନିଜର ଆତ୍ମ ପ୍ରଚାର ପାଇଁ ଦିନିକିଆ ଅଧିବେଶନ ଡାକିବାକୁ ତୁଛ ରାଜନୀତି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି। ବିଜେପି ନିଜର ଦଳୀୟ ପ୍ରଚାର କରିବା ପାଇଁ ବିଧାନସଭା ବସାଇବାକୁ ନାପସନ୍ଦ କରିଛନ୍ତି ଦୁଇ ବିରୋଧୀ ବିଜେଡି ଓ କଂଗ୍ରେସ। ସେପଟେ ବିରୋଧ ଏହି ଆଲୋଚନା ସମୟରେ କଙ୍କାଳ, ସିଜିମାଳି ଏବଂ ରାଇରଙ୍ଗପୁର ବିଧାୟକ କାରନାମାକୁ ପ୍ରସଙ୍ଗ କରି ହୋହାଲ୍ଲା କରି ପାରନ୍ତି। ଯାହାକୁ ନେଇ କମ୍ଫିପାରେ ଗୃହ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odia News