Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ବିଜେଡି ଛାଡିଲେ ଦେବାଶିଷ ସାମନ୍ତରାୟ

ବିଜେଡି ଛାଡିଲେ ଦେବାଶିଷ ସାମନ୍ତରାୟ

ଡ଼ିଆ ନ୍ୟୁଜ୍: ବିଜେଡିକୁ ବଡ଼ ଝଟ୍‌କା । ବିଜେଡି ଛାଡିଲେ ଦେବାଶିଷ ସାମନ୍ତରାୟ। ରାଜ୍ୟସଭା ସଦସ୍ୟ ତଥା ତିନି ଥରର ବିଧାୟକ ଦେବାଶିଷ ସାମନ୍ତରାୟ ବିଜେଡି ଛାଡ଼ିଛନ୍ତି । ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଦେବାଶିଷ ସାମନ୍ତରାୟ ଇସ୍ତଫା ଦେଇଛନ୍ତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ସେ ତାଙ୍କ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି ।

ଦେବାଶିଷ ବିଜେଡିରୁ ରାଜ୍ୟସଭା ସାଂସଦ ଅଛନ୍ତି । ବାରବାଟୀ କଟକ ଆସନରୁ ବିଜେଡି ବିଧାୟକ ଥିଲେ ଦେବାଶିଷ । ତିର୍ତ୍ତୋଲ ଆସନରୁ ମଧ୍ୟ ବିଜେଡି ବିଧାୟକ ଥିଲେ । ଶଙ୍ଖ ଶିବିର ଛାଡ଼ି ପଦ୍ମ ଶିବିରରେ ଯୋଗ ଦେଇପାରନ୍ତି ବୋଲି ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର୍ ଧରିଛି ।

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅତ୍ୟନ୍ତ ଘନିଷ୍ଠ ଥିବା ଦେବାଶିଷ ବିଭିନ୍ନ କାରଣକୁ ନେଇ ଦଳ ସହିତ ଅସନ୍ତୁଷ୍ଟ ଥିଲେ । ନବୀନ ଓ ତାଙ୍କ ମଧ୍ୟରେ ଧୀରେ ଧୀରେ ଦୂରତା ସୃଷ୍ଟି ହୋଇଥିଲା । ଦିନେ ପାଓ୍ୱର କରିଡରରେ ପାଓ୍ୱରଫୁଲ୍ ଥିବା ଦେବାଶିଷ ଏବେ କୁଆଡେ ଅଲୋଡ଼ା । ତାଙ୍କର ଅନୁଗତମାନଙ୍କୁ ଦଳରେ ଗୁରୁତ୍ଵ ଦିଆଯାଉନଥିଲା । ଏମିତିକି ତାଙ୍କୁ ଯେଉଁ ବରିଷ୍ଠ ଉପସଭାପତି ପଦ ଦିଆଯାଇଥିଲା, ତାହାକୁ ସେ ପ୍ରତ୍ୟାଖାନ କରିଥିଲେ । ଗତ କିଛି ମାସ ହେଲା ସେ ଦଳୀୟ ବ୍ୟାପାର ବା ସଙ୍ଗଠନରେ ମୁଣ୍ଡ ଖେଳାଉନଥିଲେ । କୌଣସି ଟିପ୍ପଣୀ ଦେବାରୁ ନିଜକୁ ଦୂରେଇ ରଖୁଥିଲେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odia News