Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ବ୍ରହ୍ମପୁରରେ ଏନକାଉଣ୍ଟର

ବ୍ରହ୍ମପୁରରେ ଏନକାଉଣ୍ଟର

ଡ଼ିଆ ନ୍ୟୁଜ୍: ଗିରି ରୋଡରେ ଯୁବକଙ୍କୁ ମାଡ଼ ଘଟଣା: ବ୍ରହ୍ମପୁର ପୋଲିସର ଏନକାଉଣ୍ଟର। ଘଟଣାର ମୁଖ୍ୟ ଅଭିଯୁକ୍ତ ମୁକେଶ ସାହୁର ଏନକାଉଣ୍ଟର କଲା ପୋଲିସ।ଟାମଣା ରୋଡ଼ରେ ଟାଉନ ଥାନା ପୋଲିସର ଏନକାଉଣ୍ଟର। ଅଭିଯୁକ୍ତର ୨ ଆଣ୍ଠୁ ଓ ହାତରେ ଗୁଳି ବାଜିଥିବା ସୂଚନା। ଅଭିଯୁକ୍ତ ମୁକେଶ ସାହୁ MKCG ହସ୍ପିଟାଲରେ ଭର୍ତ୍ତି।

ଖବର ଅନୁଯାୟୀ, ରାତି ୧୨ ଟାରେ ଟାମଣା ଘାଟିରେ ପୋଲିସ ସହ ମୁହାଁମୁହିଁ ହେବାପରେ ପୋଲିସ ଗୁଳି କରିଛି।

ଅଭିଯୁକ୍ତର ଦୁଇ ଆଣ୍ଠୁ ସହ ହାତରେ ବାଜିଛି ଗୁଳି। ଡାହାଣ ଗୋଡ଼ରେ ଦୁଇଟି ଗୁଳି, ବାମ ଗୋଡ଼ରେ ଗୋଟିଏ ଏବଂ ହାତରେ ଗୋଟିଏ ଗୁଳି ବାଜିଥିବା ସୂଚନା ରହିଛି । ପ୍ରଥମେ MKCG କାଜୁଆଲିଟିରେ ପ୍ରାଥମିକ ଚିକିତ୍ସା ପରେ ମୁକେଶକୁ ICU ରେ ଭର୍ତ୍ତି କରାଯାଇଛି। ମୁକେଶର କିଛି ସହଯୋଗୀ ଫେରାର ଥିବା ସୂଚନା ରହିଛି।

ତେବେ ବିଚ୍ ରାସ୍ତାରେ ଉମେଶ ରଥଙ୍କୁ ଆକ୍ରମଣ ଘଟଣାରେ ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଘଟଣା ଘଟିବାର ୪୮ ଘଣ୍ଟା ଭିତରେ ଟାଉନ ଥାନା ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି। ଗିରଫ ଦୁଇ ଜଣ ହେଲେ ରିଙ୍କୁ ସାମଲ ଏବଂ ରାଜ୍ ମାଲହୋତ୍ରା। ଘଟଣାର ଭିଜୁଆଲ ଭାଇରାଲ ହେବା ପରେ ଏହାକୁ ନେଇ ବିଭନ୍ନ ମହଲରୁ ପ୍ରଶ୍ନ ଉଠିବାରେ ଲାଗିଥିଲା।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odia News