Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଏକତରଫା ପ୍ରେମରେ ବିଫଳରୁ ହିଡେନ୍ କ୍ୟାମେରା

ଏକତରଫା ପ୍ରେମରେ ବିଫଳରୁ ହିଡେନ୍ କ୍ୟାମେରା

ଡ଼ିଆ ନ୍ୟୁଜ୍: DRDA ଅଫିସ୍ ୱାସ୍‌ରୁମ୍‌ରୁ ହିଡେନ୍‌ କ୍ୟାମେରା ଜବତ ଘଟଣା। ଜୁନିୟର କିରାଣି ସଞ୍ଜୟ ଅଧେଖାଙ୍କୁ ଗିରଫ ପରେ ଏସ୍‌ପିଙ୍କ ପ୍ରେସମିଟ୍‌। ଅଫିସ୍‌ର ମହିଳା କର୍ମଚାରୀଙ୍କୁ ଏକତରଫା ପ୍ରେମ କରି ବିଫଳ ହୋଇଥିଲା। ୟୁଟ୍ୟୁବ୍‌ ଦେଖି ଅନଲାଇନ୍‌ରୁ ମଗାଇଥିଲା ହିଡେନ୍ କ୍ୟାମେରା। ମାର୍ଚ୍ଚ ମାସରୁ ଲଗାଇଥିଲା କ୍ୟାମେରା, ସପ୍ତାହକୁ ଥରେ ଚାର୍ଜ କରୁଥିଲା।ସପ୍ତାହକୁ ଥରେ ଚାର୍ଜ କରି ପୁଣି ସେହି ସ୍ଥାନରେ ଲଗାଉଥିଲା କ୍ୟାମେରା।

ଜଗତସିଂହପୁର ଡିଆରଡିଏ କାର୍ଯ୍ୟାଳୟ କାର୍ଯ୍ୟାଳୟର ଜନୈକା ମହିଳା କର୍ମଚାରୀଙ୍କୁ ଏକତରଫା ପ୍ରେମ କରି ବିଫଳ ହେବାପରେ ଏପରି କରିଥିଲା ଅଭିଯୁକ୍ତ । ଅଭିଯୁକ୍ତ ଜୁନିୟର କ୍ଲର୍କ ସଞ୍ଜୟ ଅଧେଖାକୁ ଶନିବାର ତିର୍ତ୍ତୋଲ ପୋଲିସ ଗିରଫ କରିବା ପରେ ଜିଲ୍ଲାପାଳ ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଥିଲେ । ପୋଲିସ ଅଭିଯୁକ୍ତ ଠାରୁ ହିଡେନ କ୍ୟାମେରା ସହ ଏକ ମୋବାଇଲ, ପେନ୍‌ ଡ୍ରାଇଭ୍ ଓ ସିସିଟିଭି ହାର୍ଡ ଡିସ୍କ ଜବତ କରିଛି ।

ୟୁଟ୍ୟୁବ୍‌ରୁ ଦେଖି ଅନଲାଇନରୁ ଗତ ଜାନୁଆରୀ ମାସରେ ଏହି କ୍ୟାମେରା ମଗାଇଥିଲା । ଗତ ମାର୍ଚ୍ଚ ମାସରୁ ମହିଳା ୱାସ୍‌ରୁମ୍‌ରେ ଏହି କ୍ୟାମେରା ଲଗାଇଥିଲା ଅଭିଯୁକ୍ତ । ମୋବାଇଲ ମାଧ୍ୟମରେ ସବୁ ଦେଖୁଥିଲା । ପ୍ରତି ସପ୍ତାହକୁ ଥରେ ଚାର୍ଜ କରି ପୁନର୍ବାର ନେଇ ସେଇ ସ୍ଥାନରେ ଲଗାଇ ମୋବାଇଲ ମାଧ୍ୟମରେ ଦେଖୁଥିଲା ବୋଲି ପୋଲିସ ଆଗରେ ପ୍ରକାଶ କରିଛି ଅଭିଯୁକ୍ତ । ଧରାପଡିବା ପରେ ତାକୁ ଛାଡିଦେବା ପାଇଁ ପୋଲିସ ଓ ଜିଲ୍ଲା ପରିଷଦ ସଭାପତିଙ୍କ ଆଗରେ କ୍ଷମାପ୍ରାର୍ଥନା କରିଥିଲା ବୋଲି ଏସ୍‌ପି କହିଛନ୍ତି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odia News