Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
କେରଳମ୍ ଛୁଇଁଲା ମୌସୁମୀ ବାୟୁ

କେରଳମ୍ ଛୁଇଁଲା ମୌସୁମୀ ବାୟୁ

ଡ଼ିଆ ନ୍ୟୁଜ୍: କେରଳମ୍ ଛୁଇଁଲା ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ।ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା। ଏଥର ବିଳମ୍ବରେ କେରଳମ୍‌ ଛୁଇଁଛି ମୌସୁମୀ ବାୟୁ। ମେ'୨୬ ମୌସୁମୀ କେରଳମ୍ ଛୁଇଁବା ନେଇ ଆକଳନ କରିଥିଲା IMD।

ପ୍ରାରମ୍ଭିକ ପୂର୍ବାନୁମାନରେ ମେ' ୨୬ ତାରିଖ ପାଖାପାଖି ଆସିବ ବୋଲି ଆକଳନ କରାଯାଇଥିଲା, କିନ୍ତୁ ଅନୁକୂଳ ପାଣିପାଗ ନ ହେବାରୁ ବିଳମ୍ବରେ ପହଞ୍ଚିଛି ।

ମୌସୁମୀର ଆଗମନ ସହିତ କେରଳର ବିଭିନ୍ନ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆରମ୍ଭ ହୋଇଛି । ଅନେକ ଜିଲ୍ଲା ପାଇଁ IMD ପକ୍ଷରୁ 'ଅରେଞ୍ଜ ଆଲର୍ଟ' ଜାରି କରାଯାଇଛି । ପବନର ବେଗ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ପର୍ଯ୍ୟନ୍ତ ରହିପାରେ ବୋଲି ସୂଚନା ରହିଛି ।

ତେବେ କେରଳରେ ମୌସୁମୀ ଛୁଇଁବା ପରେ ଓଡିଶାରେ ସପ୍ତାହ ମଧ୍ୟରେ ମୌସୁମୀ ପହଞ୍ଚିବ । ଆସନ୍ତା ୧୦ କିମ୍ବା ୧୨ ଆଡକୁ ଓଡିଶା ମୌସୁମୀ ଛୁଇଁପାରେ ବୋଲି ଆକଳନ କରାଯାଉଛି । ଉତ୍ତରପ୍ରଦେଶରେ ମଧ୍ୟ ପାଣିପାଗ ସ୍ଥିତି ବଦଳୁଛି । ଅନେକ ଜିଲ୍ଲାରେ ବର୍ଷା ଓ ପବନ ହେଉଛି । ଫଳରେ ଲୋକଙ୍କୁ କିଛି ଆଶ୍ବସ୍ତି ମିଳୁଛି । ଲକ୍ଷ୍ନୌ ସମେତ ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନରେ ବର୍ଷା ଯୋଗୁଁ ଆଶ୍ବସ୍ତି ମିଳିଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odia News