Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ନଡ଼ିଆ ଗଛ ପାଇଁ ପଡ଼ୋଶୀର ଜୀବନ ନେଲା ପଡ଼ୋଶୀ

ନଡ଼ିଆ ଗଛ ପାଇଁ ପଡ଼ୋଶୀର ଜୀବନ ନେଲା ପଡ଼ୋଶୀ

ଡ଼ିଆ ନ୍ୟୁଜ୍: ନଡ଼ିଆ ଗଛ ପାଇଁ ପଡ଼ୋଶୀର ଜୀବନ ନେଲା ପଡ଼ୋଶୀ। ବାଲେଶ୍ୱର ଜିଲ୍ଲାରେ ଏହି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି, ଯେଉଁଠି ପଡ଼ୋଶୀଙ୍କ ମଧ୍ୟରେ ଘଟିଥିବା ରକ୍ତାକ୍ତ ସଂଘର୍ଷରେ ଜଣେ ବ୍ୟକ୍ତି ଗୁରୁତର ହୋଇ ପ୍ରାଣ ହରାଇଛନ୍ତି। ଏକ ନଡ଼ିଆ ଗଛର ମାଲିକାନା ଏବଂ ସୀମା ବିବାଦକୁ ନେଇ ଦୁଇ ପରିବାର ମୁହାଁମୁହିଁ ହେବା ପରେ ଏଭଳି ସାଂଘାତିକ ପରିସ୍ଥିତି ଉପୁଜିଛି।

ପୋଲିସ ମାମଲା ରୁଜୁ କରି ଘଟଣାର ଖୋଳତାଡ଼ ଆରମ୍ଭ କରିଛି। ସୂଚନା ମୁତାବକ, ବାଲେଶ୍ୱର ସଦର ଥାନା ଅନ୍ତର୍ଗତ ଶଙ୍କରପୁର ଗାଁରେ ଏକ ନାଳ ପାଖରେ ଥିବା ନଡ଼ିଆ ଗଛକୁ କେନ୍ଦ୍ର କରି ଦୁଇ ପଡ଼ୋଶୀଙ୍କ ମଧ୍ୟରେ ଦୀର୍ଘ ଦିନ ହେବ କଳି କଜିଆ ଲାଗି ରହିଥିଲା।

ଉକ୍ତ ଗଛର ନଡ଼ିଆ ତୋଳିବା ଏବଂ ଗଛ ଉପରେ କାହାର ଅଧିକାର ରହିବ, ସେ ନେଇ ବିବାଦ ଚରମ ସୀମାରେ ପହଞ୍ଚିଥିଲା। ଘଟଣା ଦିନ ଏହି ପ୍ରସଙ୍ଗକୁ ନେଇ ପୁଣି ଥରେ ଉଭୟ ପକ୍ଷ ମଧ୍ୟରେ ଝଗଡ଼ା ହୋଇଥିଲା। କଥା କଟାକଟିରୁ ଆରମ୍ଭ ହୋଇ ଏହା ଶେଷରେ ମାରପିଟ୍‌ର ରୂପ ନେଇଥିଲା। ଶେଷରେ ମାରଣାସ୍ତ୍ର ଏବଂ ଲାଠି ସାହାଯ୍ୟରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଅତି ନିର୍ମମ ଭାବେ ପିଟିଥିଲେ। ଗଛ କଟାକୁ କେନ୍ଦ୍ର କରି ପଡ଼ୋଶୀଙ୍କ ଭିତରେ ଉପୁଜିଥିବା ଉତ୍ତେଜନା ଏଭଳି ହତ୍ୟାକାଣ୍ଡର ରୂପ ନେବ ବୋଲି କେହି ଭାବି ନଥିଲେ। ଆକ୍ରମଣ ପରେ ଗୁରୁତର ବ୍ୟକ୍ତିଙ୍କୁ ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥବା ସ୍ଥାନୀୟ ଲୋକେ କହିଛନ୍ତି।

ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତିଜଣକ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତଳେ ପଡ଼ିଯିବା ପରେ ସ୍ଥାନୀୟ ଲୋକେ ଓ ପରିବାର ବର୍ଗ ତାଙ୍କୁ ତୁରନ୍ତ ଉଦ୍ଧାର କରି ନିକଟସ୍ଥ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ମାତ୍ର ମୁଣ୍ଡ ଓ ଶରୀରର ଅନ୍ୟାନ୍ୟ ଅଂଶରେ ଗଭୀର ଆଘାତ ଲାଗିଥିବାରୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ୍ୟୁ ଖବର ପହଞ୍ଚିବା ପରେ ଗ୍ରାମରେ ଚାପା ଉତ୍ତେଜନା ପ୍ରକାଶ ପାଇଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odia News