Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ନୂଆ CDS ଭାବେ ଦାୟିତ୍ବ ଗ୍ରହଣ କଲେ ଲେଫ୍ଟନାଣ୍ଟ ଜେନେରାଲ ଏନଏସ ରାଜା ସୁବ୍ରମଣି

ନୂଆ CDS ଭାବେ ଦାୟିତ୍ବ ଗ୍ରହଣ କଲେ ଲେଫ୍ଟନାଣ୍ଟ ଜେନେରାଲ ଏନଏସ ରାଜା ସୁବ୍ରମଣି

ଡ଼ିଆ ନ୍ୟୁଜ୍: ନୂଆ ଚିଫ୍‌ ଅଫ ଡିଫେନ୍ସ ଷ୍ଟାଫଙ୍କ ଦାୟିତ୍ୱ ଗ୍ରହଣ। ଦାୟିତ୍ୱ ଗ୍ରହଣ କଲେ ଜେନେରାଲ ଏନ.ଏସ. ରାଜା ସୁବ୍ରମଣି। ତିନି ସଶନ୍ତ୍ର ବାହିନୀ ପକ୍ଷରୁ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ।

ଜେନେରାଲ ଚୌହାନ ଶୀର୍ଷ ସାମରିକ ପଦବୀରେ ତିନି ବର୍ଷ ଆଠ ମାସର କାର୍ଯ୍ୟକାଳ ମଧ୍ୟରେ ତିନି ସେନା ମଧ୍ୟରେ ସମନ୍ୱୟ ଆଣିବା ଉପରେ ଧ୍ୟାନ ଦେଇଥିଲେ।

ଆଜି ଜେନେରାଲ ଏନଏସ ରାଜା ସୁବ୍ରମଣି ସିଡିଏସ୍ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଆନୁଷ୍ଠାନିକ ଭବେ ତାଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଛି।

୧ ସେପ୍ଟେମ୍ବର ୨୦୨୫ରୁ ସେ ନ୍ୟାସନାଲ ସିକ୍ୟୁରିଟି କାଉନସିଲ୍ ସଚିବାଳୟର ପରାମର୍ଶଦାତା ଭାବେ କାର୍ଯ୍ୟ କରୁଥିଲେ। ଏହାପୂର୍ବରୁ ୧ ଜୁଲାଇ ୨୦୨୪ରୁ ୩୧ ଜୁଲାଇ ୨୦୨୫ ଯାଏ ସେ ସେନାର ଉପାଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ।

୨୦୨୩ ମାର୍ଚ୍ଚରୁ ୨୦୨୪ ଜୁନ ଯାଏ ସେ ସେଣ୍ଟ୍ରାଲ କମାଣ୍ଡର ଜେନରାଲ ଅଫିସର କମାଣ୍ଡିଂ ଇନ-ଚିଫ୍ ଭାବେ କାର୍ଯ୍ୟ କରିଥିଲେ। ନ୍ୟାସନାଲ ଡିଫେନ୍ସ ଏକାଡେମୀରେ ଗ୍ରାଜୁଏସନ୍ ପରେ ୧୪ ଡିସେମ୍ବର ୧୯୮୫ ରେ ଅଷ୍ଟମ ବଟାଲିଅନ ଗରଓ୍ବାଲି ରାଇଫଲ୍ସ ରେ କାର୍ଯ୍ୟ ଆରମ୍ଭ କରିଥିଲେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odia News