Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ପୋଖରୀରେ ବୁଡ଼ି ୨ ଭଉଣୀ ମୃତ

ପୋଖରୀରେ ବୁଡ଼ି ୨ ଭଉଣୀ ମୃତ

ଡ଼ିଆ ନ୍ୟୁଜ୍: ଭୂଇଁପଡ଼ା ଗାଁରେ ପୋଖରୀରେ ବୁଡ଼ି ୨ ନାବାଳିକା ମୃତ। ଗାଧୋଇବା ବେଳେ ବୁଡ଼ି ଯାଇଥିଲେ ୨ ସଂପର୍କୀୟ ଭଉଣୀ। ପୋଖରୀରୁ ମୃତଦେହ ଉଦ୍ଧାର, ଖନ୍ତାପଡ଼ା ପୋଲିସର ତଦନ୍ତ।ବାଲେଶ୍ବର ଜିଲ୍ଲା ରେମୁଣା ବ୍ଲକ ସାଆନ୍ତା ନିକଟ ଭୂଇଁପଡ଼ାରେ ଅଘଟଣ ଘଟିଛି। ମୃତକ ହେଲେ ଅନ୍ନପୂର୍ଣ୍ଣା ମଲ୍ଲିକ ଓ ଅନ୍ୟାସା । ଦୁଇ ଭଉଣୀ ପୋଖରୀରେ ଗାଧୋଉଥିବାବେଳେ ଗୋଡ ଖସିଯାଇଥିଲା ।

ବହୁ ଖୋଜାଖୋଜି କରି ଉଦ୍ଧାର ପରେ ନୀଳଗିରି ମେଡିକାଲ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଦୁଇ ଭଉଣୀଙ୍କ ମୃତ୍ୟୁ ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

ସୂଚନାଯୋଗ୍ୟ, ଗତମାସ ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା କୁର୍ସୀ ଗ୍ରାମର ଉପର ପାରା ଗାଁରେ ବଡ଼ ଅଘଟଣ ଘଟିଥିଲା । ପୋଖରୀରେ ବୁଡ଼ି ୩ ଶିଶୁଙ୍କର ହୋଇଥିଲା ମୃତ୍ୟୁ । ଦୁଇ ପରିବାରର ତିନି ଶିଶୁ କନ୍ୟାଙ୍କ ପାଣିରେ ବୁଡି ମୃତ୍ୟୁ ହୋଇଥିଲା । ସ୍କୁଲରୁ ଫେରି ପୋଖରୀକୁ ଗାଧୋବାକୁ ଯାଇଥିବା ବେଳେ ପାଣିରେ ବୁଡ଼ିଯାଇ ମୃତ୍ୟୁ ହୋଇଥିଲା । ସମସ୍ତଙ୍କ ବୟସ ୫ରୁ ୯ବର୍ଷ ମଧ୍ୟରେ ହୋଇଥିବା ଜଣାପଡ଼ିଥିଲା ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odia News