Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ପୁଣି ବଢିଲା ପେଟ୍ରୋଲ୍‌ ଓ ଡିଜେଲ୍ ଦର

ପୁଣି ବଢିଲା ପେଟ୍ରୋଲ୍‌ ଓ ଡିଜେଲ୍ ଦର

ଡ଼ିଆ ନ୍ୟୁଜ୍: ପୁଣି ବଢିଲା ପେଟ୍ରୋଲ୍‌ ଓ ଡିଜେଲ୍ ଦର। ଡିଜେଲ୍‌ ମୂଲ୍ୟ ଲିଟର ପ୍ରତି ୯୧ ପଇସା ବୃଦ୍ଧି। ପେଟ୍ରୋଲ୍‌ ମୂଲ୍ୟ ଲିଟର ପ୍ରତି ୮୭ ପଇସା ବୃଦ୍ଧି। ୧୦ ଦିନରେ ତୃତୀୟ ଥର ପାଇଁ ବଢିଲା ତେଲ ଦର। ଚଳିତ ମାସରେ ଏହା ତୃତୀୟ ଦର ବୃଦ୍ଧି ହୋଇଥିବା ବେଳେ ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ତେଲ ଦର ପ୍ରାୟ ୫ ଟଙ୍କା ବଢ଼ିଗଲାଣି।

ଏହି ନୂତନ ବୃଦ୍ଧି ପରେ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୯୯.୫୧ ଟଙ୍କା ଏବଂ ଡିଜେଲ ଦର ୯୨.୪୯ ଟଙ୍କାରେ ପହଞ୍ଚିଛି।

ଦେଶର ଅନ୍ୟ ପ୍ରମୁଖ ସହରଗୁଡ଼ିକରେ ମଧ୍ୟ ଗ୍ରାହକଙ୍କୁ ମହଙ୍ଗା ମାଡ଼ ସହିବାକୁ ପଡ଼ିଛି। କୋଲକାତାରେ ପେଟ୍ରୋଲ ଲିଟର ପିଛା ୧୧୦.୬୪ ଟଙ୍କା (୯୪ ପଇସା ବୃଦ୍ଧି) ଓ ଡିଜେଲ ୯୭.୦୨ ଟଙ୍କା ହୋଇଥିବା ବେଳେ ମୁମ୍ବାଇରେ ପେଟ୍ରୋଲ ୧୦୮.4୯ ଟଙ୍କା ଓ ଡିଜେଲ ୯୫.୦୨ ଟଙ୍କା ରହିଛି। ସେହିପରି ଚେନ୍ନାଇରେ ପେଟ୍ରୋଲ ଦର ୧୦୫.୩୧ ଟଙ୍କା ଏବଂ ଡିଜେଲ ଦର ୯୬.୯୮ ଟଙ୍କାରେ ପହଞ୍ଚିଛି।

ପଶ୍ଚିମ ଏସିଆରେ ଉତ୍ତେଜନା ଏବଂ ଇରାନ ଦ୍ୱାରା ହର୍ମୁଜ ଜଳପଥ ବନ୍ଦ କରାଯିବା ପରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି। ଭାରତ ନିଜ ଆବଶ୍ୟକତାର ୮୮ ପ୍ରତିଶତରୁ ଅଧିକ ଅଶୋଧିତ ତୈଳ ଆମଦାନୀ କରୁଥିବାରୁ ଏହି ଗୋଲାପୀ ସଙ୍କଟ ଏବଂ ଡଲାର ତୁଳନାରେ ଟଙ୍କାର ଅବନତି ସିଧାସଳଖ ଘରୋଇ ବଜାର ଉପରେ ପ୍ରଭାବ ପକାଇଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odia News