Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ପୁରୀରେ ହେବ BRICS ସମ୍ମିଳନୀ

ପୁରୀରେ ହେବ BRICS ସମ୍ମିଳନୀ

ଡ଼ିଆ ନ୍ୟୁଜ୍: ଆସନ୍ତା ଜୁନ୍‌ ୩ରୁ ପୁରୀରେ ହେବ BRICS ଦ୍ଵିତୀୟ ବୈଷୟିକ ସମ୍ମିଳନୀ। ସମ୍ମିଳନୀରେ ଯୋଗ ଦେବେ BRICS ରାଷ୍ଟ୍ରସମୂହର ପ୍ରତିନିଧି ଓ ବିଶେଷଜ୍ଞ। ବ୍ରାଜିଲ୍, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ୍‌ର ପ୍ରତିନିଧି ଯୋଗ ଦେବେ।ରୁଷିଆ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା, ୟୁଏଇ, ଚୀନ୍‌ ପ୍ରତିନିଧି ଯୋଗଦେବେ।

ବିପର୍ଯ୍ୟୟ ପରିଚାଳନାରେ ଅନ୍ତର୍ଜାତୀୟ ସହଯୋଗ ନେଇ ହେବ ଆଲୋଚନା।

ଉଲ୍ଲେଖଯୋଗ୍ୟ ଯେ, ବ୍ରାଜିଲ୍, ଇଜିପ୍ଟ୍, ଇଥିଓପିଆ, ଇଣ୍ଡୋନେସିଆ, ଇରାନ୍, ଋଷିଆ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା, ୟୁଏଇ ଏବଂ ଚୀନ ଆଦି ଦେଶର ପ୍ରତିନିଧିଗଣ ଏହି ସମ୍ମିଳନୀରେ ଯୋଗ ଦେବେ ।

ଓଡ଼ିଶାକୁ ଏହି ଗୁରୁତ୍ୱପୂର୍ଣ୍ଣ ବୈଷୟିକ ବୈଠକର ଆୟୋଜକ ଭାବେ ଚୟନ କରାଯାଇଥିବାର ପ୍ରଚ୍ଛଦରେ ରହିଛି ବିପର୍ଯ୍ୟୟ ପ୍ରସ୍ତୁତି ଓ ପରିଚାଳନା କ୍ଷେତ୍ରରେ ରାଜ୍ୟର ସକ୍ରିୟ, ସଫଳ ଏବଂ ସୁଦୃଢ଼ ପଦକ୍ଷେପ। ବିଶେଷକରି ବାତ୍ୟା ପରିଚାଳନା, ଗୋଷ୍ଠୀ- ଭିତ୍ତିକ ପୂର୍ବ ସଚେତନତା ବ୍ୟବସ୍ଥା ଏବଂ ସଫଳ ଉଦ୍ଧାର ଓ ସ୍ଥାନାନ୍ତରଣ କୌଶଳ ନିମନ୍ତେ ଓଡ଼ିଶା ଅନ୍ତର୍ଜାତୀୟସ୍ତରରେ ପ୍ରଶଂସିତ ହୋଇଆସିଛି।

ଏହି ବୈଷୟିକ ସମ୍ମିଳନୀ ମାଧ୍ୟମରେ BRICS ଦେଶମାନଙ୍କ ମଧ୍ୟରେ ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧୀୟ ଜ୍ଞାନ- ବିନିମୟ, ନୂତନ ପ୍ରଯୁକ୍ତି ଓ ସମନ୍ୱିତ କାର୍ଯ୍ୟପଦ୍ଧତି ଉପରେ ଆଲୋଚନା ହେବା ସହିତ ପାରସ୍ପରିକ ସହଯୋଗ ଆହୁରି ସୁଦୃଢ଼ ହେବ ବୋଲି ଆଶା କରାଯାଉଛି। ଏହି ପରିପ୍ରେକ୍ଷୀରେ BRICS ରାଷ୍ଟ୍ରସମୂହଙ୍କୁ ନେଇ ଏପରି ଏକ ବୈଷୟିକ ସମ୍ମିଳନୀ ପୁରୀଠାରେ ଅୟୋଜିତ ହେବା ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ସଫଳତା ଓ ଦକ୍ଷତାକୁ ଅନ୍ତର୍ଜାତୀୟସ୍ତରରେ ପ୍ରଚାରିତ କରିବା ସହ ବିଶ୍ବସ୍ତରରେ ଓଡ଼ିଶାର ଛବିକୁ ଆହୁରି ସମୃଦ୍ଧ କରିବ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odia News