Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ରାଜ୍ୟସଭା ସଦସ୍ୟ ପଦ ଛାଡିଲେ ଦେବାଶିଷ

ରାଜ୍ୟସଭା ସଦସ୍ୟ ପଦ ଛାଡିଲେ ଦେବାଶିଷ

ଡ଼ିଆ ନ୍ୟୁଜ୍: ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଲେ ଦେବାଶିଷ ସାମନ୍ତରାୟ। ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଭେଟି ଦେଲେ ଇସ୍ତଫା ପତ୍ର। ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ପରେ ସାଂସଦ ପଦ ଛାଡ଼ିଲେ। ଅନେକ ଦିନ ଧରି ଚାଲିଥିବା ଚର୍ଚ୍ଚାର ଅନ୍ତ ଘଟାଇ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି ଦେବାଶିଷ ।

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସେ ତାଙ୍କ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି । ତେବେ ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଓ କିଛି କେନ୍ଦ୍ର ନେତୃତ୍ୱଙ୍କୁ ଭେଟିବେ ବୋଲି ସୂଚନା ରହିଛି ।

ଦେବାଶିଷ ବିଜେଡିରୁ ରାଜ୍ୟସଭା ସାଂସଦ ଥିଲେ । ବାରବାଟୀ କଟକ ଆସନରୁ ବିଜେଡି ବିଧାୟକ ଥିଲେ ଦେବାଶିଷ । ତିର୍ତ୍ତୋଲ ଆସନରୁ ମଧ୍ୟ ବିଜେଡି ବିଧାୟକ ଥିଲେ ।ତେବେ ଦଳରୁ ଇସ୍ତଫା ନେଇ କାରଣ ଦର୍ଶାଇଛନ୍ତି ଦେବାଶିଷ ସାମନ୍ତରାୟ । ସେ କହିଛନ୍ତି, ଦଳରେ ମୋତେ ଅନେକ ଦିନ ଧରି ଅଣଦେଖା କରାଯାଉଥିଲା । ମୋତେ ଲାଗୁଥିବା, ଦଳ ମୋଠାରୁ କୌଣସି ସେବା ଚାହୁଁନି । ଲୋକଙ୍କ ସ୍ବାର୍ଥ ପାଇଁ ଏଭଳି କଠିନ ନିଷ୍ପତ୍ତି ନେଇଥିବା ସେ କହିଛନ୍ତି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odia News