Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
TMC ସାଂସଦ କଲ୍ୟାଣ ବାନାର୍ଜୀଙ୍କ ଉପରକୁ ଢ଼େଲାମାଡ଼

TMC ସାଂସଦ କଲ୍ୟାଣ ବାନାର୍ଜୀଙ୍କ ଉପରକୁ ଢ଼େଲାମାଡ଼

ଡ଼ିଆ ନ୍ୟୁଜ୍: ତୃଣମୂଳ କଂଗ୍ରେସର ବରିଷ୍ଠ ନେତା ତଥା ସାଂସଦ କଲ୍ୟାଣ ବାନାର୍ଜୀଙ୍କ ଉପରେ ଆକ୍ରମଣ। ଏହି ଆକ୍ରମଣରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ତୃଣମୂଳ କଂଗ୍ରେସର ଗିରଫ ନେତା ଓ କର୍ମୀଙ୍କୁ ଛାଡିବା ଦାବି କରି ସ୍ମାରକପତ୍ର ଦେବାକୁ ଯାଇଥିବା ବେଳେ ହୁଗୁଳିର ଚଣ୍ଡୀତଲା ଥାନା ଆଗରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା।

ଟିଏମସି ଏବଂ ବିଜେପି କର୍ମୀଙ୍କ ମଧ୍ୟରେ ଜୋରଦାର ସ୍ଲୋଗାନବାଜି ଆରମ୍ଭ ହୋଇଯାଇଥିଲା। ବିଜେପି କର୍ମୀମାନେ ଟିଏମସି ସମର୍ଥକଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ, ଯାହାଫଳରେ ପରିସ୍ଥିତି ଅଧିକ ଉତ୍ତେଜନାପୂର୍ଣ୍ଣ ହୋଇଯାଇଥିଲା। ଏହି ହଙ୍ଗାମା ଏବଂ ଧସ୍ତାଧସ୍ତି ମଧ୍ୟରେ ମୁଣ୍ଡରେ ଆଘାତ ଲାଗିଥିବା ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀ ଅଭିଯୋଗ କରିଛନ୍ତି।

ଗଣତାନ୍ତ୍ରିକ ପଦ୍ଧତିରେ ବିରୋଧ ପ୍ରଦର୍ଶନ କରିବାକୁ ଯାଉଥିବା ବେଳେ ଏଭଳି ଆକ୍ରମଣ କରାଯିବା ଅତ୍ୟନ୍ତ ନିନ୍ଦନୀୟ ବୋଲି କହି ସେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଘଟଣାସ୍ଥଳରେ ଯେପରି କୌଣସି ବଡ଼ ଧରଣର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହୁଏ, ସେଥିପାଇଁ ସେଠାରେ ବ୍ୟାପକ ପୋଲିସ ବାହିନୀ ସହ କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ କରାଯାଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ରହିଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odia News