Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଯୁବତୀଙ୍କୁ ଗାଁ ଦାଣ୍ଡରେ ହାଣିଦେଲେ

ଯୁବତୀଙ୍କୁ ଗାଁ ଦାଣ୍ଡରେ ହାଣିଦେଲେ

ଡ଼ିଆ ନ୍ୟୁଜ୍:ହିଞ୍ଜିଳି ଥାନା ଖିରିଡ଼ା ଗାଁରେ ବୀଭତ୍ସ ହତ୍ୟା।ନ୍ୟାୟ ପାଇଁ ଧାରଣାରେ ବସିଥିବା ପ୍ରେମିକାକୁ ହତ୍ୟା। ପ୍ରେମିକର ଭାଇ ସମସ୍ତଙ୍କ ସାମ୍ନାରେ ହାଣି ମାରିଦେଲା।ପ୍ରେମିକଙ୍କ ଘର ସମ୍ମୁଖରେ ୩ ବର୍ଷର ଝିଅକୁ ଧରି ଧାରଣାରେ ବସିଥିଲେ। ମା'ର ମୃତ ଶରୀର ପାଖରେ ବସି କାନ୍ଦୁଛି ୩ ବର୍ଷର ଝିଅ। କିଛି ସମୟ ପୂର୍ବରୁ ଯୁବତୀ ଜଣଙ୍କ ନ୍ୟାୟ ଦାବି କରିଥିଲେ।ଥାନାର ଦ୍ବାରସ୍ଥ ହୋଇଥିଲେ ବି ନ୍ୟାୟ ମିଳୁ ନ ଥିବା କହିଥିଲେ।

ସୋସିଆଲ ମିଡିଆ ପ୍ରେମର ଆଉ ଏକ ଶୋଚନୀୟ କାହାଣୀ। ସୋସିଆଲ ମିଡିଆରୁ ଭଲ ପାଇ ଯୁବକଙ୍କୁ ବିବାହ କଲେ। ହେଲେ ଯୁବକ ଜଣକ ତାଙ୍କୁ ଛାଡ଼ି ଚାଲିଗଲେ। ଏମିତିରେ ନ୍ୟାୟ ଦାବିରେ ସ୍ବାମୀଙ୍କ ଘର ଆଗରେ ଧାରଣାରେ ବସିଲେ। କିନ୍ତୁ ପରିଣାମ ହେଲା ମୃତ୍ୟୁ। ସ୍ଵାମୀର ସାନ ଭାଇର ଟାଙ୍ଗିଆ ଚୋଟରେ ଗଲା ମହିଳାଙ୍କ ଜୀବନ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ହିଞ୍ଜିଳି ଥାନା କେ. ଖରିଡ଼ା ଅଞ୍ଚଳରେ। ହିଞ୍ଜିଳି ପୋଲିସ ଅଭିଯୁକ୍ତ ସାନ ଭାଇଙ୍କୁ ଗିରଫ କରି ଘଟଣାର ଅଧିକ ତଦନ୍ତ କରୁଛି।

ସୂଚନା ଅନୁସାରେ, ମୃତ ମହିଳାଙ୍କ ଘର ରମ୍ବା ଥାନା ଅଗସ୍ଥି ନୁଆଗାଁରେ। ତିନି ବର୍ଷ ତଳେ ସୋସିଆଲ ମିଡିଆରୁ ତାଙ୍କର କେ. ଖରିଡ଼ା ଗ୍ରାମର ଚିଣ୍ଟୁ ଗୌଡ଼ଙ୍କ ସହ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ପ୍ରଥମେ ଅନଲାଇନରେ କଥାବାର୍ତ୍ତା ପରେ ମିଳାମିଶା କରିଥିଲେ। ଏହା ପରେ ସେମାନେ ମନ୍ଦିରରେ ବିବାହ କରିଥିଲେ। ଉଭୟଙ୍କର ତିନି ବର୍ଷର କନ୍ୟା ସନ୍ତାନ ଥିବା ବେଳେ, ମହିଳା ଜଣକ ଛଅ ମାସର ଗର୍ଭବତୀ ମଧ୍ୟ ଥିଲେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odia News