Dailyhunt
୪ ବର୍ଷର ରିପୋର୍ଟ କାର୍ଡ ପ୍ରଦାନ କଲେ ଭଦ୍ରକ ପୌରାଧ୍ୟକ୍ଷା,ରାଜନୈତିକ ଆକ୍ରୋଶରୁ ବିକାଶରେ ବାଧା

୪ ବର୍ଷର ରିପୋର୍ଟ କାର୍ଡ ପ୍ରଦାନ କଲେ ଭଦ୍ରକ ପୌରାଧ୍ୟକ୍ଷା,ରାଜନୈତିକ ଆକ୍ରୋଶରୁ ବିକାଶରେ ବାଧା

ଦ୍ରକ, ୩ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ପୌରପାଳିକାର ପୌରାଧ୍ୟକ୍ଷା ଗୁଲମକୀ ଦଲୱାଜି ହବିବ ତାଙ୍କ ୪ ବର୍ଷ କାର୍ଯ୍ୟକାଳର ରିପୋର୍ଟ କାର୍ଡ ତାଙ୍କ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦାନ କରିଛନ୍ତି। ଭଦ୍ରକ ସହର ଓ ସହରବାସୀଙ୍କ ବିକାଶ ପାଇଁ ସେ ସର୍ବଦା ଉଦ୍ୟମ କରି ଆସିଥିବା କହିଛନ୍ତି। ସହରକୁ ସୁନ୍ଦର ଓ ଲୋକଙ୍କ ଯାତାୟତ ସୁବିଧା ନିମନ୍ତେ ୱାର୍ଡ ଭିତରେ ଥିବା ରାସ୍ତା ଏବଂ ମୁଖ୍ୟ ରାସ୍ତାଗୁଡିକ ଆମ୍ଭ ୪ ବର୍ଷ କାର୍ଯ୍ୟକାଳ ଅବଧି ମଧ୍ୟରେ ୩୬୦ ଟି ନୂତନ ରାସ୍ତା ବାବଦରେ ୨୧ କୋଟି ୮୭ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି।

ଏବଂ ୧୩୫ ଟି ରାସ୍ତା ସହିତ ଜଳ ନିଷ୍କାସନ ପାଇଁ ଡ୍ରେନ୍ ବାବଦରେ ୧୧ କୋଟି ୬୯ ଲକ୍ଷ ବ୍ୟୟ କରାଯାଇଛି। ଭଦ୍ରକ ସହରାଂଚଳରେ ଥିବା ଅନ୍ୟ ବିଭାଗର ରାସ୍ତା ଅପେକ୍ଷା ଯଥେଷ୍ଟ ଭଲ ରହିଛି ବୋଲି ଅଧ୍ୟକ୍ଷା କହିଛନ୍ତି। ସେହିଭଳି ସହର ଭିତରେ ଥିବା ଡ୍ରେନ୍‌ଗୁଡିକ ବହୁ ପୁରୁଣା ଥିବା ଯୋଗୁଁ ଏବଂ ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ପରିତ୍ୟକ୍ତ ଅବସ୍ଥାରେ ଏବଂ ମୁକୁଳା ଅବସ୍ଥାରେ ପଡିରହିଥିଲା। ଫଳରେ ସହରରେ ବର୍ଷା ଜଳ ନିଷ୍କାସନର ବାଧା ହେଉଥିଲା ଏବଂ ଲୋକଙ୍କ ଧନଜୀବନ କ୍ଷତି ହେଉଥିଲା।

କିନ୍ତୁ ସେ ଅଧ୍ୟକ୍ଷା ଦାୟିତ୍ୱ ଦେବା ପରେ ୧୪୭ ଟି ନୂତନ ଡ୍ରେନ୍ ପାଇଁ ୧୨ କୋଟି ୩୪ ଲକ୍ଷ ଟଙ୍କା ବ୍ୟୟରେ ପୁନରୁଦ୍ଧାର କରାଗଲା। ଯାହାଦ୍ୱାରା ଭଦ୍ରକ ସହରର ୱାଟର ଲଗିଂ ସମସ୍ୟା ୯୦ ଭାଗ ସମାଧାନ ହୋଇଛି। ଯାହା ଅଳ୍ପ ବହୁତେ ଏହି ସମସ୍ୟା ରହିଛି। ସେଥିରେ ଭଦ୍ରକର ଡ୍ରେନେଜ୍ ବିଭାଗର ସହଯୋଗ ମିଳୁନଥିବା ଯୋଗୁଁ ବାକି ରହିଛି ବୋଲି କହିଛନ୍ତି।

୮ ମାସ ହେବ ଜଣେ ସ୍ଥାୟୀ ପୌରନିର୍ବାହୀ ଅଧିକାରୀ ନଥିବାରୁ ଲୋକାଭିମୁଖୀ ପ୍ରକଳ୍ପ ଗୁଡିକର ଅଗ୍ରଗତିରେ ରୋକ୍ ଲାଗିଛି। ରାଜନୈତିକ ଆକ୍ରୋଶ ରଖି ପୌରପାଳିକାକୁ ଗତ ୨ ବର୍ଷ ହେବ ଆବଶ୍ୟକ ଅନୁଦାନ ମିଳୁନାହିଁ। ପ୍ରାୟ ୨୨ କୋଟି ଟଙ୍କାର ଉନ୍ନୟନ ମୂଳକ କାର୍ଯ୍ୟ ଲାଗି ଟେଣ୍ଡର ହୋଇଥିବାବେଳେ ସରକାର ମାତ୍ର ୩ କୋଟି ଟଙ୍କାର ଅନୁଦାନ ଯୋଗାଇବା ଯୋଗୁଁ ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇପାରୁନି ବୋଲି ପୌରାଧ୍ୟକ୍ଷା ଉଦ୍‌ବେଗ ପ୍ରକାଶ କରିଥିଲେ। ଅନ୍ୟପକ୍ଷରେ ପୌରପାଳିକା ଦ୍ୱାରା ୫୩ ଲକ୍ଷ ବ୍ୟୟରେ ୧୧ଟି କମ୍ୟୁନିଟି ସେଂଟର, ୨୨ ଲକ୍ଷ ଟଙ୍କା ବ୍ୟୟରେ ୫ଟି ସ୍କୁଲ ପୁନରୁଦ୍ଧାର, ସରକାରୀ ଜାଗା, ଶ୍ମଶାନ, କବର ସ୍ଥାନକୁ ସୁରକ୍ଷିତ ରଖିବା ପାଇଁ ୫୫ ଲକ୍ଷ ଟଙ୍କା ବ୍ୟୟରେ ୭ଟି ପାଚେରୀ ନିର୍ମାଣ, ୧୩୨୧ ଟି ଆବାସ ଘର ନିର୍ମାଣ, ଆହୁରି ମଧ୍ୟ ୯୦୦ ଆବାସ ଘର ପାଇଁ ଡିପିଆର ପ୍ରସ୍ତୁତ ସରିଛି ବୋଲି ପୌରାଧ୍ୟକ୍ଷା ସୂଚନା ଦେଇଥିଲେ।

ସେହିଭଳି ଏହି ୪ ବର୍ଷରେ ଭଦ୍ରକ ସହରର ସଫେଇ କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ପୂର୍ବରୁ ୧୪ ଟି ଗାଡି ଥିବାବେଳେ ବର୍ତମାନ ଆଉ ୩୭ ଟି ପରିମଳ ଗାଡି ନିୟୋଜିତ କରାଯାଇଛି। ୩ଟି ଇଲେକ୍ଟ୍ରି ଟାଉନ୍ ବସ୍ ସହରରେ ସୁଲଭ ମୂଲ୍ୟରେ ପରିଚାଳନା କରିବା ପାଇଁ ପୌରପାଳିକା ଦ୍ୱାରା ବ୍ୟବସ୍ଥା କରାଯାଇଛି। ଅନୁରୂପ ଭାବେ ସହରରେ ୫ଟି ସ୍ୱାଗତମ୍ ଗେଟ୍‌, ସହରରେ ବିଭିନ୍ନ ମୁଖ୍ୟ ଜାଗାମାନଙ୍କରେ ଏଲଇଡି ଡିସ୍‌ପ୍ଲେ ବ୍ୟବସ୍ଥା କରାଯାଇଛି। ଗୋଟେ ଅତ୍ୟାଧୁନିକ ୨୨୦ ବିଶିଷ୍ଟ ସିଟ୍ ବ୍ୟବସ୍ଥା ଥିବା ପାଠାଗାର ବ୍ଲକ୍ କଲୋନୀ ଠାରେ ନିର୍ମାଣ କରାଯାଇଛି।

୨୪ ନଂ ୱାର୍ଡରେ ୧୫ କୋଟି ଟଙ୍କାରେ ନୂତନ ପାର୍କ ନିର୍ମାଣ କାର୍ଯ୍ୟ ଚାଲୁଛି। ନୂତନ ବସ୍‌ଷ୍ଟାଣ୍ଡ ଠାରେ ଥିବା ମା' ଦକ୍ଷିଣେଶ୍ୱର କାଳୀ ପାର୍କର ପୁନରୁଦ୍ଧାର କାର୍ଯ୍ୟ କରାଯାଇଛି। ସେହିଭଳି ଜବରଦଖଲ ଉଚ୍ଛେଦ ପ୍ରକ୍ରିୟାରେ ୫୦୦ ରୁ ଉର୍ଦ୍ଧ୍ୱ ଦୋକାନ ଘର ବ୍ୟବସାୟ ହରାଇବା ସହିତ ପୌରପାଳିକା ରାଜସ୍ୱ ପୂର୍ବ ଅପେକ୍ଷା ବହୁ ପରିମାଣରେ ହାନି ଘଟିଛି। ଦୋକାନୀ ଭାଇମାନଙ୍କୁ ଥଇଥାନ ଏବଂ ପୌରପାଳିକାର ରାଜସ୍ୱ ବୃଦ୍ଧି ନିମନ୍ତେ ଆମ୍ଭେ ବାରମ୍ବାର ଜିଲା ପ୍ରଶାସନ ସହିତ ବିଭିନ୍ନ ସରକାରୀ ଜମି ପୌରପାଳିକାକୁ ହସ୍ତାନ୍ତର କରିବାକୁ ନିବେଦନ କରିବା ସତ୍ୱେ ଉକ୍ତ ଜାଗା ଗୁଡିକରେ ଆରଏମ୍‌ସି ଦ୍ୱାରା ମାର୍କେଟ୍ କମ୍ପେ୍ଲକ୍ସ ରାଜନୈତିକ ଆକ୍ରୋଶ ରଖି କରାଯାଉଛି। ଭଦ୍ରକ ପୌରପାଳିକା ଅଂଚଳ ମଧ୍ୟରେ ଯଦି ଆରଏମ୍‌ସି ମାର୍କେଟ୍ କମ୍ପେ୍ଲକ୍ସ କରିବ, ତାହେଲେ ପୌରପାଳିକାର କାର୍ଯ୍ୟ କଣ ବୋଲି ଅଧ୍ୟକ୍ଷା ନିଜର ଅସହାୟତା ପ୍ରକାଶ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କାଉନ୍‌ସିଲର ଦିଲ୍ଲୀପ ନାୟକ, ସହିଦ ଖାଁ, କାଉନ୍‌ସିଲର ପ୍ରତିନିଧି ପଙ୍କଜ ବଳ, ରଞ୍ଜନ ଜେନା ଓ ଖଗେଶ୍ୱର ବାରିକ ପ୍ରମୁଖ ଉପସ୍ଥିତ ଥିଲେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odia Pua