Dailyhunt
ଅସୁରକ୍ଷିତ ରଣପୁର ଜଗନ୍ନାଥ ମନ୍ଦିର ର ସ୍ଥିତି ପରଖିଲେ ପ୍ରଶାସନ

ଅସୁରକ୍ଷିତ ରଣପୁର ଜଗନ୍ନାଥ ମନ୍ଦିର ର ସ୍ଥିତି ପରଖିଲେ ପ୍ରଶାସନ

ନୟାଗଡ/୨୭/୧(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ରାଜା ଉଦ୍ଧବ ସିଂ ୧୩୬୩ ସାଲ୍ ରେ ପ୍ରଭୁ ଜଗନ୍ନାଥ ଙ୍କର ପୁରୀ ଗଜପତି ରାଜା ପ୍ରତାପ ରୁଦ୍ର ଦେବଙ୍କୁ ସ୍ୱପ୍ନା ଦେଶ ଫଳରେ ପୁରୀ ଶ୍ରୀ ମନ୍ଦିର ରୁ ମାଧବ ଗୋସ୍ୱାମୀ ମୃତ୍ତି ଙ୍କୁ ପ୍ରତିଦିନ ଦର୍ଶନ କରି ପୂଜାର୍ଚ୍ଚନା ପାଇଁ ପାଇଥିଲେ । ପରବର୍ତ୍ତୀ ରଣପୁର ରାଜା ପଦ୍ମନାଭ ନରେନ୍ଦ୍ର ରଣପୁର ରେ ଜଗନ୍ନାଥ ମନ୍ଦିର ନିର୍ମାଣ କରି ବାରମାସ ରେ ତେର ଯାତ୍ରା ସହ ଭୋଗ ଭିଆଣ ଖଞ୍ଜି ଥିଲେ । ଏ କଥା ୧୯୫୨ ମସିହା ସରକାରୀ ବନ୍ଦୋବସ୍ତୋ ରିପୋର୍ଟ ର ପଞ୍ଚମ ଅଧ୍ୟାୟ ରେ ଲିଖିତ ହୋଇଅଛି । ପୁରୀ ଜଗନ୍ନାଥ ମନ୍ଦିର ସହ ରଣପୁର ଜଗନ୍ନାଥ ମନ୍ଦିର ର ସର୍ମ୍ପକ ଅଙ୍ଗାଙ୍ଗୀ ଭାବେ ଜଡିତ । ଯାହାକି ଜଗନ୍ନାଥ ସଂସ୍କୃତି ଗବେଶକ ମାନଙ୍କୁ ଅନେକ ତଥ୍ୟ ଯୋଗାଇବ । କିନ୍ତୁ ପ୍ରତ୍ନତତ୍ୱ ବିଭାଗର ଅବହେଳା ର ଶୀକାର ଯୋଗୁଁ ରଣପୁର ଜଗନ୍ନାଥ ମନ୍ଦିର ର ଧ୍ୱଜା ହଲିବା ଓ ଅନେକ ସ୍ଥାନିରେ ଫାଟ ଯୋଗୁଁ ପାଣି ଗଳୁଥିବାର ଅଭିଯୋଗ ହେଉଛି ।

ଯାହାକୁ ନେଇ ଗଣମାଧ୍ୟମରେ ଖବର ପ୍ରକାଶନ ପରେ ପ୍ରଶାସନିକ ତତ୍ପରତା ଦେଖିବାକୁ ମିଳିଛି । ଗତ ଜାନୁୟାରୀ ୨୫ ତାରିଖ ସଂଦ୍ଧ୍ୟାରେ ରାଜ୍ୟ ପୁର୍ତ୍ତ ବିଭାଗ ସଚିବ କ୍ରିଷନ କୁମାର , ନୟାଗଡ ଜିଲ୍ଲାପାଳ ଡ. ପୋମା ଟୁଡୁ ପୁର୍ତ୍ତ ବିଭାଗ ର ସୁପରି ଟେଣ୍ଡେଡ୍ ଇଞ୍ଜିନିୟର ଆଶିଷ କୁମାର ସୁବୁଦ୍ଧି ରଣପୁର ଜଗନ୍ନାଥ ମନ୍ଦିର ସ୍ଥିତି ପରିକ୍ଷଣ କରିଥିବା ଜଣାପଡିଛି । ଏହି ସମୟରେ ରଣପୁର ଜଗନ୍ନାଥ ମନ୍ଦିର ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ରଣପୁର ତହସିଲଦାର ସଂଜୟ କୁମାର ସାମନ୍ତରାୟ , ରଣପୁର ବିଜ୍ଞାପିତ ଅଂଚଳ ପରିଷଦ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ତାପସ ବିଶି , ମନ୍ଦିର ପରଚାଳକ ରମେଶ ପ୍ରଧାନ , ସେବାୟତ ସଂଘର ସମ୍ପାଦକ ଗଙ୍ଗାଧର ମହାପାତ୍ର ଓ ମୁଖ୍ୟ ମହାରଣା କବିରାଜ ଉପସ୍ଥିତ ରହି ଅବହେଳା ଯୋଗୁଁ ଜଗନ୍ନାଥ ମନ୍ଦିର ର କ୍ଷୟକ୍ଷତି ସର୍ମ୍ପକେ ବୁଝାଇଥିଲେ । ପ୍ରଶାସନର ତତ୍ପରତା ଦେଖି ରଣପୁର ଜଗନ୍ନାଥ ମନ୍ଦିର ର ସୁରକ୍ଷା ହୋଇପାରିବ ବୋଲି ଭକ୍ତ ମାନେ ଆତ୍ମ ସନ୍ତୋଷ ଲାଭ କରିଥିବା ଜଣାପଡିଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odia Pua