ମୟୁରଭଞ୍ଜ ୧୯-୧ (ଓଡ଼ିଆ ପୁଅ/ସନ୍ତୋଷ ବରଜ) ବାରିପଦା-ଚଳନ୍ତା ଟ୍ରକରେ ନିଆଁ ମାଲ ବୋଝେଇ ହୋଇ ରାସ୍ତାରେ ଯାଉଥିବା ସମୟରେ ଜଳିଗଲା ଟ୍ରକ। ଏଭଳି ଏକ ଅଭାବନୀୟ ଘଟଣା ମୟୁରଭଞ୍ଜ ଜିଲ୍ଲା ଯଶିପୁର ଥାନା ଅନ୍ତର୍ଗତ ୪୯ନମ୍ବର ଜାତୀୟ ରାଜପଥ କୁଇତା ନିକଟରେ ଦେଖିବାକୁ ମିଳିଛି। ଏକ ଚଳନ୍ତା ୧୨ ଚକିଆ ଆଇରନ ବୋଝେଇ ଟ୍ରକରେ ଲାଗିଲା ନିଆଁ। ତେବେ କେନ୍ଦୁଝର ପଟୁ ଯଶିପୁର ଦିଗକୁ ଯାଉଥିବା ଏକ ୧୨ ଚକିଆ ଚଳନ୍ତା ଟ୍ରକରେ କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ନିଆଁ ଲାଗିଯାଇଥିଲା। ତେବେ ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଡ୍ରାଇଭର ଏବଂ ହେଲ୍ପର ସମ୍ଭାବ୍ୟ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେବି ଗାଡିକୁ ବଞ୍ଚାଇ ପରିନଥିଲେ। ଡ୍ରାଇଭର ରାସ୍ତା କଡରେ ଗାଡିକୁ ଛିଡା କରାଇ ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଥିଲେ ବି ହୁ ହୁ ହଇ ଜଳୁଥିଲା ଟ୍ରକ।