Dailyhunt
ଚଳନ୍ତା ଟ୍ରକରେ ନିଆଁ ଅଳ୍ପକେ ବର୍ତିଲେ ଚାଳକ ଓ ହେଲ୍ପର

ଚଳନ୍ତା ଟ୍ରକରେ ନିଆଁ ଅଳ୍ପକେ ବର୍ତିଲେ ଚାଳକ ଓ ହେଲ୍ପର

ମୟୁରଭଞ୍ଜ ୧୯-୧ (ଓଡ଼ିଆ ପୁଅ/ସନ୍ତୋଷ ବରଜ) ବାରିପଦା-ଚଳନ୍ତା ଟ୍ରକରେ ନିଆଁ ମାଲ ବୋଝେଇ ହୋଇ ରାସ୍ତାରେ ଯାଉଥିବା ସମୟରେ ଜଳିଗଲା ଟ୍ରକ। ଏଭଳି ଏକ ଅଭାବନୀୟ ଘଟଣା ମୟୁରଭଞ୍ଜ ଜିଲ୍ଲା ଯଶିପୁର ଥାନା ଅନ୍ତର୍ଗତ ୪୯ନମ୍ବର ଜାତୀୟ ରାଜପଥ କୁଇତା ନିକଟରେ ଦେଖିବାକୁ ମିଳିଛି। ଏକ ଚଳନ୍ତା ୧୨ ଚକିଆ ଆଇରନ ବୋଝେଇ ଟ୍ରକରେ ଲାଗିଲା ନିଆଁ। ତେବେ କେନ୍ଦୁଝର ପଟୁ ଯଶିପୁର ଦିଗକୁ ଯାଉଥିବା ଏକ ୧୨ ଚକିଆ ଚଳନ୍ତା ଟ୍ରକରେ କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ନିଆଁ ଲାଗିଯାଇଥିଲା। ତେବେ ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଡ୍ରାଇଭର ଏବଂ ହେଲ୍ପର ସମ୍ଭାବ୍ୟ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେବି ଗାଡିକୁ ବଞ୍ଚାଇ ପରିନଥିଲେ।

ଡ୍ରାଇଭର ରାସ୍ତା କଡରେ ଗାଡିକୁ ଛିଡା କରାଇ ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଥିଲେ ବି ହୁ ହୁ ହଇ ଜଳୁଥିଲା ଟ୍ରକ।

ଏହାକୁ ଦେଖୁ ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଘଟଣାସ୍ଥଳରେ ଦୁଇ ଦୁଇ ଟି ନିଆଁଲିଭା ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଥିଲେ ଅଗ୍ନିଶମ ବିଭାଗ କର୍ମଚାରୀ। ସେହିପରି ଘଟଣା ସମ୍ପର୍କରେ ଖବରପାଇ ଯଶିପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।ତେବେ ପ୍ରାଥମିକ ତଦନ୍ତରୁ ଏହା ସର୍ଟସରର୍କିଟ ଯୋଗୁଁ ହଇଥିବା ପୋଲିସ ଅନୁମାନ କରିଥିଲେବି, ନିଆଁ ଲାଗିବାର ପ୍ରକୃତ କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡିନି ଅଧିକ ତଦନ୍ତ ପରେ ହିଁ ପ୍ରକୃତ ଘଟଣା ସାମ୍ନାକୁ ଆସିବ ବୋଲି ତଦନ୍ତ କରୁଥିବା ଯଶିପୁର ଥାନା ପୋଲିସ ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡ଼ିଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odia Pua