Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଚାନ୍ଦବାଲିରେ କାଳ ବୈଶାଖୀର ତାଣ୍ଡବ, ରାସ୍ତାରେ ଉପୁଡିଲା ଗଛ ଓ ବିଦ୍ୟୁତ୍ ଖୁଂଟ, ବିଦ୍ୟୁତ୍ ସେବା ଠପ୍‌, ଯାତାୟତ ବାଧାପ୍ରାପ୍ତ

ଚାନ୍ଦବାଲିରେ କାଳ ବୈଶାଖୀର ତାଣ୍ଡବ, ରାସ୍ତାରେ ଉପୁଡିଲା ଗଛ ଓ ବିଦ୍ୟୁତ୍ ଖୁଂଟ, ବିଦ୍ୟୁତ୍ ସେବା ଠପ୍‌, ଯାତାୟତ ବାଧାପ୍ରାପ୍ତ

ଦ୍ରକ, ୩୦ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଚାନ୍ଦବାଲି ଅଦିନିଆ କାଳ ବୈଶାଖୀର ତାଣ୍ଡବ, ରାସ୍ତାରେ ଗଛ ଭାଙ୍ଗି ପଡିବା ସହିତ ବିଦୂତ ଖୁଂଟ ଉପୁଡି ପଡ଼ିଥିବା ଦେଖିବାକୁ ମିଳିଛି। ଦୀର୍ଘ ୪ଘଂଟା ଧରି ଯାତାୟାତ ସମ୍ପୂର୍ଣ ବାଧା ପ୍ରାପ୍ତ।ବଜାରପୁର, ତୋଟାପଡା, ଖଦଳପୋଖରୀ ଓ ଗୋପୀନାଥପୁର ପଂଚାୟତରେ ବ୍ୟାପକ କ୍ଷତି, ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ ବାହିନୀ ନିୟୋଜିତ।

କାଳ ବୈଶାଖୀର ତାଣ୍ଡବ ଜନଜୀବନକୁ ସମ୍ପୂର୍ଣ୍ଣ ଭାବେ ଅସ୍ତବ୍ୟସ୍ତ କରିଦେଇଛି। ହଠାତ୍ ଝଡ଼ ସହ ପ୍ରବଳ ବର୍ଷା ଏବଂ ତୀବ୍ର ବେଗରେ ପବନ ବହିବା ଫଳରେ ଚାନ୍ଦବାଲି ବ୍ଲକର ବ୍ୟାପକ କ୍ଷତି ଘଟିଥିବା ସୂଚନା ମିଳିଛି। ଝଡ଼ର ପ୍ରଭାବରେ ଅନେକ ସ୍ଥାନରେ ବଡ଼ ବଡ଼ ଗଛ ଉପଡ଼ି ରାସ୍ତା ଉପରେ ପଡ଼ିଥିବାରୁ ଯାତାୟାତ ସମ୍ପୂର୍ଣ୍ଣ ଭାବେ ବାଧାପ୍ରାପ୍ତ ହୋଇଛି। ବିଶେଷକରି ଘେଂଟଶ୍ୱର ବଜରାପୁର ମୁଖ୍ୟ ରାସ୍ତାରେ ଗଛ ପଡ଼ି ଗାଡ଼ି ଚଳାଚଳ ବନ୍ଦ ହୋଇଯାଇଥିଲା।

ଅନେକ ବିଦ୍ୟୁତ ଖୁଟି ଭାଙ୍ଗି ପଡ଼ିଥିବା ସହ ତାର ଛିଣ୍ଡିଯାଇଥିବାରୁ ସମଗ୍ର ଅଂଚଳରେ ବିଦ୍ୟୁତ ସେବା ସମ୍ପୂର୍ଣ୍ଣ ବନ୍ଦ ରହିଛି। ଫଳରେ ସନ୍ଧ୍ୟା ପରଠାରୁ ଲୋକମାନେ ଅନ୍ଧାରରେ ରହିବାକୁ ବାଧ୍ୟ ହୋଇଛନ୍ତି। ତୋଟାପଡା ଓ ଗୋପୀନାଥପୁର ପଂଚାୟତରେ ଅନେକ ଘରର ଚାଳ ଓ ଟିଣ ଛପର ଉଡ଼ିଯାଇଥିବା ସୂଚନା ମିଳିଛି। ବହୁ ସ୍ଥାନରେ କଦଳୀ, ନଡ଼ିଆ ଓ ଅନ୍ୟାନ୍ୟ ଚାଷ ଜମିରେ ବି ପ୍ରଚୁର କ୍ଷତି ଘଟିଛି। ଝଡ଼ ଯୋଗୁଁ ସାଧାରଣ ଲୋକମାନଙ୍କ ମଧ୍ୟରେ ଭୟ ଓ ଆତଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲା।ଖବର ପାଇ ଗଦି ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳକୁ ପହଂଚି ଉଦ୍ଧାର ଓ ରାସ୍ତା ସଫା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odia Pua