Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଧାମନଗରରେ ବନ୍ୟା ପରର ସ୍ଥିତି ପରଖିଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ,ପ୍ରଭାବିତ ଅଂଚଳ ବୁଲିଲେ, ଦେଲେ ପଲିଥିନ ଓ ସହାୟତାର ଆଶ୍ୱାସନା

ଧାମନଗରରେ ବନ୍ୟା ପରର ସ୍ଥିତି ପରଖିଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ,ପ୍ରଭାବିତ ଅଂଚଳ ବୁଲିଲେ, ଦେଲେ ପଲିଥିନ ଓ ସହାୟତାର ଆଶ୍ୱାସନା

ଦ୍ରକ, ୪ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଧାମନଗର ରେ ବନ୍ୟା ଜଳ ହ୍ରାସ ପାଇବା ପରେ ଅଂଚଳରେ ହୋଇଥିବା କ୍ଷୟକ୍ଷତିର ପ୍ରତ୍ୟକ୍ଷ ଅନୁଧ୍ୟାନ ଓ ପ୍ରଭାବିତ ଲୋକଙ୍କ ସମସ୍ୟା ବୁଝିବା ପାଇଁ ଆଜି ରାଜ୍ୟ ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଧାମନଗର ନିର୍ବାଚନମଣ୍ଡଳୀର ବିଭିନ୍ନ ବନ୍ୟା ପ୍ରଭାବିତ ପଂଚାୟତ ଗସ୍ତ କରିଛନ୍ତି।

ମନ୍ତ୍ରୀ ଶ୍ରୀ ସୂରଜ ଆଜି ଭୁବନେଶ୍ୱରରୁ ସିଧାସଳଖ ଆସି ଆନନ୍ଦପୁର ପଂଚାୟତ ରୁ ପରିକ୍ରମା କରିଥିଲେ। ଗତ ବନ୍ୟାରେ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିବା ମଲ୍ଲିମାହାରା ମୁହଁରେ ଥିବା ଉତେଇପୁର ଜେନା ସାହି, ମାଝି ସାହି ଓ ପାତ୍ର ସାହିରେ ବନ୍ୟାପୀଡ଼ିତ ଙ୍କୁ ଭେଟି ସେମାନଙ୍କ ଦୁଃଖସୁଖ ବୁଝିବା ସହ ବାସହରା ପରିବାରଗୁଡ଼ିକୁ ପଲିଥିନ୍ ବଂଟନ କରିଥିଲେ। ପରେ ନଡ଼ିଆବାଗ ଜେନା ସାହି, ଦକ୍ଷିଣକୁରୁଆ ଦଳିତ ସାହି, ଖଡ଼ିପଦା ପଂଚାୟତର ମୁଥାନଗର, କାଞ୍ଜିଆପାଳ ଓ କମଳପୁର ଅଂଚଳ ବୁଲି କ୍ଷୟକ୍ଷତିର ପରିମାଣ ପରଖିଥିଲେ। ଏହାପରେ ସୋହଡ଼ା ପଂଚାୟତର ଷେଣ୍ଢପୁର, କଂଟାପାରୀ, ପିତେଇପୁର, ଡାଙ୍ଗୁଆପାଟଣା ଏବଂ କରଦା ପଂଚାୟତର ଖରାଖାଇ ଓ ସୁଜାଣସିଂହପୁର ଗ୍ରାମ ଗସ୍ତ କରିଥିଲେ।

ପରବର୍ତୀ ପର୍ଯ୍ୟାୟରେ ପଧାନି ପଂଚାୟତର କଂଟଦା, କଂଟିଦୋଳ, ପଧାନି ଗାଁ ଏବଂ ନଦୀଗାଁ ଓ ଭଟ୍ଟସାହି ପଂଚାୟତ ହୋଇ ଧୁଷୁରୀରେ ପହଂଚିଥିଲେ। ଗସ୍ତ ସମୟରେ ମନ୍ତ୍ରୀ ବିଭିନ୍ନ ସ୍ଥାନରେ ଛିଡ଼ା ହୋଇ କ୍ଷତିଗ୍ରସ୍ତ ଲୋକଙ୍କ ସହ ଆଲୋଚନା କରିଥିଲେ। ବିଶେଷ କରି ଭାଙ୍ଗିଯାଇଥିବା ଘର, ନଷ୍ଟ ହୋଇଥିବା ଫସଲ ଓ ବିଶୁଦ୍ଧ ପାନୀୟ ଜଳର ସମସ୍ୟା ସମ୍ପର୍କରେ ତଥ୍ୟ ସଂଗ୍ରହ କରିଥିଲେ। ବନ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତିର ତୁରନ୍ତ ଆକଳନ କରି ପ୍ରଭାବିତଙ୍କୁ ରିଲିଫ୍‌, ଆର୍ôଥକ ସହାୟତା ଓ ଆବଶ୍ୟକୀୟ ସାମଗ୍ରୀ ଯୋଗାଇ ଦେବାକୁ ପ୍ରଶାସନିକ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odia Pua