Dailyhunt
ଧାମରାରେ ବିଜେପିର ୪୭ତମ ପ୍ରତିଷ୍ଠା ଦିବସ ପାଳିତ

ଧାମରାରେ ବିଜେପିର ୪୭ତମ ପ୍ରତିଷ୍ଠା ଦିବସ ପାଳିତ

ଦ୍ରକ, ୬ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭାରତୀୟ ଜନତା ପାର୍ଟିର ୪୭ତମ ପ୍ରତିଷ୍ଠା ଦିବସ ଧାମରାରେ ପାଳିତ ହୋଇଯାଇଛି। ଧାମରାଇ ମଣ୍ଡଳ ସଭାପତି ତ୍ରିଦିବେଶ ପ୍ରଧାନ ବିଜେପି ପତାକା ଉତୋଳନ କରିବା ସହ ନିଜ ଭାଷଣରେ ବିଜେପି ସମାଜର ଦଳିତ ନିଷ୍ପେଷିତ ଜନତାଙ୍କ ପାଇଁ କାର୍ଯ୍ୟ କରୁଥିବା ବେଳେ ସମସ୍ତ କାର୍ଯ୍ୟକର୍ତା ସେବା ସମର୍ପଣ ଏବଂ ସୁଶାସନ ପ୍ରତି ଆଗ୍ରହ ମନୋଭାବ ଦେଖାଉଛନ୍ତି।

କର୍ମକର୍ତା ମାନେ ସାଧାରଣ ଜନତାଙ୍କୁ ବିଜେପିର ବିଚାରଧାରା ଏବଂ କାର୍ଯ୍ୟ ସହ ଯୋଡିବାରେ ସଫଳ ହେବା ସହ ଭାରତର ଯଶ୍ୱସୀ ପ୍ରଧାନମନ୍ତ୍ରୀ ଙ୍କ ସବକା ସାଥ, ସବକା ବିକାଶ ,ସବକା ବିଶ୍ୱାସ ମନ୍ତ୍ରକୁ ସାକାର କରିଛନ୍ତି। ଦେଶର ସୁଶାସନ ଏବଂ ସ୍ୱଚ୍ଛତା ପ୍ରତିଷ୍ଠା କରି ବିଜେପି ଗଣତନ୍ତ୍ରମୂଳକୁ ମଜବୁତ କରି ଚାଲିଛି ବୋଲି ନିଜର ମତବ୍ୟକ୍ତ କରିଥିଲେ। ଏଥସିହ ଆଜିର ଏହି ପ୍ରତିଷ୍ଠା ଦିବସରେ ଧାମରା ପଂଚାୟତର ଅଭିମନ୍ୟୁ ରାଉତ ଏବଂ ନିତ୍ୟାନନ୍ଦ ବେହେରାଙ୍କୁ ସମ୍ବର୍ନ୍ଧିତ କରିଥିଲେ। ଆଜି ହୋଇଥିବା ଏହି ପ୍ରତିଷ୍ଠା ଦିବସରେ ଅନ୍ୟ ମାନଙ୍କ ମଧ୍ୟରେ ଦେବେନ୍ଦ୍ର ନାୟକ,ପାପା ଜେନା, ସୁବାଶ ଦାସ, ଜ୍ୟୋତିରଞ୍ଜନ ଲେଙ୍କା, ବସନ୍ତ ଖିଲାର, ରାଜକୁମାର କାଣ୍ଡାର, ଦେବଦତ ବିଶ୍ୱାଳ, ସୁନାକର ଜେନା, ରତିକାନ୍ତ ଜେନା ଙ୍କ ସମେତ ବହୁ ବିଜେପି କର୍ମୀ ଉପସ୍ଥିତ ଥିଲେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odia Pua