Dailyhunt
ଏକତରଫା ପ୍ରେମକୁ ନେଇ ହତ୍ୟାକାଣ୍ଡ!

ଏକତରଫା ପ୍ରେମକୁ ନେଇ ହତ୍ୟାକାଣ୍ଡ!

ଖୋର୍ଦ୍ଧା୧୫ା୧୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଖୋର୍ଦ୍ଧା ଜିଲ୍ଲା ବାଳୁଗାଁ ଥାନା ଗଙ୍କଗନଗର ଗ୍ରାମରେ ଜଣେ କଲେଜ ଛାତ୍ରୀଙ୍କୁ ଘରେ ପାଠ ପଢୁଥିବା ବେଳେ ଦୁବୃତ ଘରେ ପଶି ହତ୍ୟାକରି ଫେରାର ହୋଇଯାଇଛି । ମିଳିଥିବା ସୂଚନା ଅନୁସାରେ ବାଲୁଗାଁ କଲେଜର ଯୁକ୍ତ ୨ କଳା ଛାତ୍ରୀ ଶିବାନୀ ବେହେରା ଅନ୍ୟ ଦିନ ଭଳି ଆଜି ବି ନିଜ ଘର ବାରିପଟେ ଥିବା ଏକ କୋଠାରିରେ ବସି ପାଠ ପଢୁଥିଲା। ଏହି ସମୟରେ ଶିବାନୀର ମା' ଓ ଭାଉଜ ଅନ୍ୟ ଏକ କୋଠରିରେ ବସି ଟିଭି ଦେଖୁଥିଲେ। ଶିବାନୀର ବାପା ରାମଚନ୍ଦ୍ର ବେହେରା ନିଜ ବ୍ୟବସାୟରେ ବ୍ୟସ୍ତ ଥିଲେ। ଗତ ରାତି ୮ଟାରେ ଏକତରଫା ପ୍ରେମ କରୁଥିବା ଗାଁର ଜଣେ ଯୁବକ ଘର ଛାତକୁ ଚଢ଼ି ଘରେ ପ୍ରବେଶ କରିଥିଲା। ସେ ଏକ ଧାରୁଆ ଅସ୍ତ୍ର ଦ୍ୱାରା ଶିବାନୀର ଗଳା କାଟି ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଆକ୍ରମଣର ଶିକାର ହେବା ପରେ ଶିବାନୀର ଚିତ୍କାର ଶୁଣି ଭାଉଜ ଓ ମା' ଘଟଣାସ୍ଥଳରେ ପହଂଚି ଥିଲେ।

ସେମାନେ ଗ୍ରାମବାସୀଙ୍କ ସହାୟତାରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଶିବାନୀକୁ ଚିକିତ୍ସା ପାଇଁ ବାଲୁଗାଁ ମେଡିକାଲକୁ ନେଇଯାଇଥିଲେ। ମାତ୍ର ସେଠାରେ ଅବସ୍ଥା ସଂକଟାପନ୍ନ ଆଡ଼କୁ ଗତି କରିବା ପରେ ଡାକ୍ତର ତାଙ୍କୁ ଏମକେସିଜି ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ। ଏମ୍‌ଏକେସଜିରେ ଶିବାନୀକୁ ଡାକ୍ତର ମୃତ ଘୋଷଣା କରିଥିଲେ। ବୈଦ୍ୟନାଥପୁର ଥାନା ପୁଲିସ ଶିବାନୀର ମୃତଦେହ ଜବତ କରିଛି। ଆସନ୍ତାକାଲି ପୋଷ୍ଟମର୍ଟମ ପରେ ପରିବାର ଲୋକଙ୍କୁ ଶିବାନୀର ମୃତଦେହ ହସ୍ତାନ୍ତର କରାଯିବ ବୋଲି ଜଣାପଡ଼ିଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odia Pua