ଖୋର୍ଦ୍ଧା୧୫ା୧୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଖୋର୍ଦ୍ଧା ଜିଲ୍ଲା ବାଳୁଗାଁ ଥାନା ଗଙ୍କଗନଗର ଗ୍ରାମରେ ଜଣେ କଲେଜ ଛାତ୍ରୀଙ୍କୁ ଘରେ ପାଠ ପଢୁଥିବା ବେଳେ ଦୁବୃତ ଘରେ ପଶି ହତ୍ୟାକରି ଫେରାର ହୋଇଯାଇଛି । ମିଳିଥିବା ସୂଚନା ଅନୁସାରେ ବାଲୁଗାଁ କଲେଜର ଯୁକ୍ତ ୨ କଳା ଛାତ୍ରୀ ଶିବାନୀ ବେହେରା ଅନ୍ୟ ଦିନ ଭଳି ଆଜି ବି ନିଜ ଘର ବାରିପଟେ ଥିବା ଏକ କୋଠାରିରେ ବସି ପାଠ ପଢୁଥିଲା। ଏହି ସମୟରେ ଶିବାନୀର ମା' ଓ ଭାଉଜ ଅନ୍ୟ ଏକ କୋଠରିରେ ବସି ଟିଭି ଦେଖୁଥିଲେ। ଶିବାନୀର ବାପା ରାମଚନ୍ଦ୍ର ବେହେରା ନିଜ ବ୍ୟବସାୟରେ ବ୍ୟସ୍ତ ଥିଲେ। ଗତ ରାତି ୮ଟାରେ ଏକତରଫା ପ୍ରେମ କରୁଥିବା ଗାଁର ଜଣେ ଯୁବକ ଘର ଛାତକୁ ଚଢ଼ି ଘରେ ପ୍ରବେଶ କରିଥିଲା। ସେ ଏକ ଧାରୁଆ ଅସ୍ତ୍ର ଦ୍ୱାରା ଶିବାନୀର ଗଳା କାଟି ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଆକ୍ରମଣର ଶିକାର ହେବା ପରେ ଶିବାନୀର ଚିତ୍କାର ଶୁଣି ଭାଉଜ ଓ ମା' ଘଟଣାସ୍ଥଳରେ ପହଂଚି ଥିଲେ।