ଭଦ୍ରକ, ୨୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଗ୍ରାମାଂଚଳ ଥାନା ଅନ୍ତର୍ଗତ ରାହାଞ୍ଜ ପଂଚାୟତର ଲେଙ୍କା ସାହିର ସୁଦର୍ଶନ ବେହେରା ତାଙ୍କ ପରିବାର ସହ ଗତକାଲି ପୁରୀ ସୁନା ବେଶ ଦେଖିବାକୁ ଘରେ ଚାବି ପକାଇ ଯାଇଥିଲେ। ହେଲେ ତାଙ୍କ ଘରେ ପଟିକରେ ଥିବା ଏକ ସ୍କୁଟି ଓ ଏକ ବାଇକ ଜଳୁଥିବା ଗ୍ରାମବାସୀ ଦେଖିବା ପରେ ଡାକ ପକାଇଥିଲେ।
ଗାଁ ଲୋକ ଆସି ଚାବି ଭାଙ୍ଗି ଦୁଇଟି ଗାଡିରେ ପାଣି ପକାଇ ନିଆଁ ଲିଭାଇ ଥିଲେ ବି ଗାଡି ଦୁଇଟି ପୁରା ଜଳି ଯାଇଥିଲା। ଖବର ପାଇ ତାଙ୍କ ପରିବାର ଆଜି ସକାଳୁ ସକାଳୁ ପହଂଚି ଗ୍ରାମାଂଚଳ ଥାନାରେ କେଶ ଡ଼ାଇରୀ କରିଥିଲେ। ପୋଲିସ ପହଂଚି ତଦନ୍ତ କରି ଫେରିଛନ୍ତି। ଗାଁ ଭିତରେ ଏଭଳି କାଣ୍ଡ ଭିଆଇଥିବା ଅପରାଧୀକୁ ଧରିବାକୁ ସାଧାରଣରେ ଦାବୀ ହେଉଛି।

