Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଗୋରୁ ବୋଝେଇ ପିକଅପ ଭ୍ୟାନ ଓଲଟି ୧ଗୋରୁ ମୃତ, ୨ ବେପାରୀ ଗିରଫ

ଗୋରୁ ବୋଝେଇ ପିକଅପ ଭ୍ୟାନ ଓଲଟି ୧ଗୋରୁ ମୃତ, ୨ ବେପାରୀ ଗିରଫ

ଦ୍ରକ, ୫ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି଼ ଥାନା କୁବେରା ପଂଚାୟତ ଅଧୀନ ତୁଳସୀପୁର ନିକଟରେ ଏକ ଗୋରୁ ବୋଝେଇ ପିକଅପ ଭ୍ୟାନ ଓଲଟି ପଡ଼ିଥିଲା।ଫଳରେ ସେଥିରେଥିବା ଗୋଟିଏ ଗୋରୁର ମୃତ୍ୟୁ ଘଟିଥିବା ଜଣାଯାଇଛି । ଏହି ଘଟଣାକୁ ନେଇ ପୋଲିସ ଏକ ମକଦ୍ଦମା ୧୬୫/୨୬ ରୁଜୁ କରି ୨ ଜଣ ଗୋରୁ ବେପାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଗିରଫ ହୋଇଥିବା ବେପାରୀ ୨ଜଣ ହେଉଛନ୍ତି ଭଦ୍ରକ ପୁରୁଣାବଜାର ଅଂଚଳର ଏସ କେ ଶାବିର ଓ ଏସ କେ ଜାଫର ବୋଲି ଜଣାଯାଇଛି। ଘଟଣାରୁ ଜଣାଯାଇଛି ଯେ ,ଏକ ପିକଅପ ଭ୍ୟାନରେ କିଛି ଗୋରୁ ବୋଝେଇ କରି ବେପାରୀମାନେ ନେଉଥିବା ବେଳେ ଭ୍ୟାନଟି ତୁଳସୀପୁର ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ସ୍ଥାନୀୟ ଲୋକେ ଏ ସମ୍ପର୍କରେ ଖବର ଦେବାପରେ ପୋଲିସ ଘଟଣାସ୍ଥଳରେ ପହଂଚି ୨ଜଣ ଗୋରୁ ବେପାରୀଙ୍କୁ ଧରିବାରେ ସକ୍ଷମ ହୋଇଥିଲା । ତେବେ ଭ୍ୟାନରେ ଥିବା ୮ଟି ଗୋରୁ ମଧ୍ୟରୁ ଗୋଟିଏ ଗୋରୁ ପ୍ରାଣ ହରାଇଥିବା ବେଳେ ୫ଟି ଆହତ ହୋଇଥିଲେ । ଅନ୍ୟ ୨ ଗୋରୁ ସେଠାରୁ କେଉଁଆଡ଼େ ଚାଲି ଯାଇଥିବା ପୋଲିସ ଜାଣିବାକୁ ପାଇଥିଲା । ତେବେ ଆହତ ୫ ଗୋରୁଙ୍କୁ ଉଦ୍ଧାର କରି ପୋଲିସ ଗୋଶାଳାରେ ଛାଡିଥିବା ଜଣାଯାଇଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odia Pua