Dailyhunt
ଜରିପାଲ ତଳେ ବିଧବା ମିଞ୍ଜରୀ

ଜରିପାଲ ତଳେ ବିଧବା ମିଞ୍ଜରୀ

ଦ୍ରକ, ୫ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ପୁରୁଷଣ୍ଢ ପଚାଂୟତ ଭବାନୀଗଞ୍ଜ ଗ୍ରାମର ବିଧବା ମିଞ୍ଜରୀ ସେନାପତିଙ୍କ ଘର । ଗତ ୨୦୧୭ ମସିହାରେ ସ୍ୱାମୀ କୁଶ ସେନାପତି ତାମିଲଲାଡୁ ଏକ ଘରୋଇ କମ୍ପାନୀରେ କାମ କରୁଥିବା ବେଳେ ହୃଦ୍‌ଘାତରେ ମୃତ୍ୟୁବରଣ କରିଥିଲେ । ପୁଅ ଓ ୨ ଝିଅଙ୍କୁ ନେଇ ମିଞ୍ଜରୀ ବହୁ ଦୁଃଖ କଷ୍ଟରେ ପରିବାର ପ୍ରତିପୋଷଣ କରି ଆସୁଥିଲେ ।

ସଚିଂତ ଅର୍ଥ ଓ ଧାର ଉଦ୍ଧାର କରି ୨ ଝିଅଙ୍କୁ ବିବାହ କରାଇଥିବା ବେଳେ ଏକମାତ୍ର ପୁଅ ବିବାହ ପରେ ଅଲଗା ଚଳି ଆସୁଛନ୍ତି । ଆର୍ଥିକ ଅନ୍ନଟନ ଦେଇ ଗତି କରିଥିବା ମିଞ୍ଜରୀ ଗୋଟିଏ ଭଙ୍ଗା ଚାଳ ଛପର ଘରେ ରହି ଆସୁଥିବା ବେଳେ ଖରାଦିନେ ସୂର୍ଯ୍ୟ ଓ ବର୍ଷା ଦିନେ ପାଣି ଘର ଭିତରେ ଜମି ରହେ । ଏବେ ମିଞ୍ଜରିଙ୍କ ବୟସ ୭୮ ହୋଇଥିବା ବେଳେ ସରକାରୀ ସ୍ତରରେ ଭତା ତାଙ୍କର ସାହାରା ପାଲଟିଛି । ୧୫ ବର୍ଷ ପୂର୍ବେ ତାଙ୍କ ସ୍ୱାମୀ କୁଶଙ୍କ ନାମରେ ଇନ୍ଦିରାଆବାସ କାର୍ଯ୍ୟାଦେଶ ପାଇ ୨୦ ହଜାର ଟଙ୍କାରେ ନିମ୍‌ଟାଲ ଲେବୁଲ୍ ପର୍ଯ୍ୟନ୍ତ କାମ କରିଥିଲେ ମଧ୍ୟ ଅବଶିଷ୍ଟ ଅର୍ଥ ପାଇ ନଥିଲେ । ସ୍ୱାମୀଙ୍କୁ ହରାଇ ଆର୍ଥିକ ଅନ୍ନଟନ ଦେଇ ଗତି କରୁଥିବା ମିଞ୍ଜରୀ ଜରିପାଲ ଏବଂ ଛିଣ୍ଡା ଶାଢୀ ଟାଙ୍ଗି ଦହନୀୟ ଅବସ୍ଥାରେ ଜୀବନ ଜିଉଁଛନ୍ତି । ସରକାର ବିଧବା, ସ୍ୱାମୀ ପରିତକ୍ତା ଏବଂ ଭିନ୍ନକ୍ଷମ ଅଗ୍ରାଧିକାର ଭିତିରେ ଆବସ ଗୃହ ଯୋଗାଇ ଦେଉଥିବା ବେଳେ ମିଞ୍ଜରୀଙ୍କୁ ଏହି ଯୋଜନାରେ ସାମିଲ୍ କରି ନୂତନ ଗୃହ ଯୋଗାଇ ଦେବାକୁ ଗ୍ରାମବାସୀ ଦାବୀ କରିଛନ୍ତି । ପ୍ରକାଶଥାଉକି ମିଞ୍ଜରୀ ନିଜର ଦୁଃଖ ଜଣାଇବା ପରେ ଆଜି ରାଜ୍ୟ ମାନବାଧିକାର ସାମୁଖ୍ୟ ବନ୍ତ ବ୍ଲକ ସଂଯୋଜକ ବରିଷ୍ଠ ସାମ୍ବାଦିକ ହେମନ୍ତ ସିଂହଙ୍କ ନେତୃତ୍ୱରେ ହାଟଡିହି ବ୍ଲକ ସଭାପତି ସୁବୋଧ କୁମାର ସାହୁ, ସାମାଜିକ କର୍ମୀ ଗଦାଧର ବେହେରା, ବିଜେପିନେତା ପୂର୍ଣ୍ଣଚନ୍ଦ୍ର ମାଝୀ ପ୍ରମୁଖ ମିଞ୍ଜରୀଙ୍କୁ ଭେଟି ନୂତନ ଆବାସ ଗୃହ ପାଇବା ନେଇ ଉଚ୍ଚ ଅଧିକାରୀଙ୍କ ସହ ଆଲୋଚନା କରି ଶୁଖିଲା ଖାଦ୍ୟ ପ୍ରଦାନ କରିଥିଲେ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odia Pua