Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
କବି ଅଚ୍ୟୁତାନନ୍ଦ ସାମଲଙ୍କ ପାଇଁ ବିଭିନ୍ନ ସ୍ଥାନରେ ଶୋକସଭା

କବି ଅଚ୍ୟୁତାନନ୍ଦ ସାମଲଙ୍କ ପାଇଁ ବିଭିନ୍ନ ସ୍ଥାନରେ ଶୋକସଭା

ଦ୍ରକ, ୧୯ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଶିଷ୍ଟ କବି ତଥା ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଅଚ୍ୟୁତାନନ୍ଦ ସାମଲ ଆଜୀବନ ଜଣେ ସାହିତ୍ୟ ସାଧକ ଓ ସଙ୍ଗଠକ ଥିଲେ।ତାଙ୍କ ପ୍ରେରଣାରେ ଅନେକ ଲେଖକ ଆଗକୁ ବଢ଼ିବାରେ ସକ୍ଷମ ହୋଇଛନ୍ତି ।ତାଙ୍କର ପରଲୋକ ଓଡ଼ିଆ ଭାଷା ସାହିତ୍ୟରେ ଏକ ଶୂନ୍ୟ ସ୍ଥାନ ସୃଷ୍ଟି କଲା ବୋଲି କବି ଅଚ୍ୟୁତାନନ୍ଦ ସାମଲଙ୍କ ଶୋକ ସଭାରେ ମତ ପ୍ରକାଶ ପାଇଛି ।ରାଷ୍ଟ୍ରୀୟ ଜନତା ପରିଷଦ ପକ୍ଷରୁ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପର୍ଶୁରାମ ମାଝୀଙ୍କ ଅଧ୍ୟକ୍ଷତାରେ ମଞ୍ଜୁରୀରୋଡ଼ସ୍ଥିତ ବିଶ୍ୱାଳ କମ୍ପ୍ୟୁଟର ଏକାଡେମୀ ପରିସରରେ ଅନୁଷ୍ଠିତ ଶୋକ ସଭାରେ ଅ୍ୱସରପ୍ରାପ୍ତ ଶିକ୍ଷାଧିକାରୀ ପଦ୍ମଲୋଚନ ଦାସ ,ମଞ୍ଜୁରୀରୋଡ଼ ସାହିତ୍ୟ ସଂସଦର ସଭାପତି କିଶୋର ଦାସ,ଭଣ୍ଡାରିପୋଖରୀ ସାହିତ୍ୟ ସଂସଦର କାର୍ଯ୍ୟକାରୀ ସଭାପତି ପ୍ରକାଶ ମହାପାତ୍ର, ସମ୍ପାଦକ ପବନ କୁମାର ନାୟକ, ରାଷ୍ଟ୍ରୀୟ ଜନତା ପରିଷଦର ସମ୍ପାଦକ ରାଜେଶ ବିଶ୍ୱାଳ,କବି ଉଦୟ କୁମାର ରାଉତ,ଧ୍ରୁବ ଚରଣ ବାରିକ,ବିନୋଦ ବାରିକ ପ୍ରମୁଖ ସ୍ୱର୍ଗତ ସାମଲଙ୍କ ସାହିତ୍ୟକୃତି ଓ ଜୀବନୀ ସମ୍ପର୍କରେ ଉଲ୍ଲେଖ କରି ସ୍ମୃତି ଚାରଣ କରିଥିଲେ ।ପ୍ରାରମ୍ଭରେ ତାଙ୍କ ଫଟୋଚିତ୍ରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବା ସହ ଅମର ଆତ୍ମାର ସଦଗତି ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା ।ସେହିପରି ଯଶସ୍ୱୀ କବି ଓ ଶିକ୍ଷାବିତ ଅଚ୍ୟୁତାନନ୍ଦ ସାମଲଙ୍କୁ ବାରିକପୁର ବରିଷ୍ଠ ନାଗରିକ ମଂଚ, ଉତ୍କଳମଣି ସାହିତ୍ୟ ସଂସଦ ଓ ପ୍ରାଣକୃଷ୍ଣ ଧଳ ପାଠାଗାର ମିଳିତ ଆନୁକୂଲ୍ୟରେ କବି ପୁରୁଷୋତମ ଧଳଙ୍କ ସଭାପତିତ୍ୱରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇ ଯାଇଛି ।

ସ୍ୱର୍ଗତ କବିଙ୍କ କାବ୍ୟ ପ୍ରତିଭା ଛାତ୍ରକ୍ଷବସ୍ଥାରୁ ଆରମ୍ଭ କରି ଉତର ଜୀବନ ପର୍ଯ୍ୟନ୍ତ କିପରି ପ୍ରଶସ୍ତ ଓ ପରିବ୍ୟାପ୍ତ ଥିଲା, ତାହା ଆଲୋଚନା କରି ନଗୁଆଁର ପ୍ରାକ୍ତନ ସରପଂଚ ସୁବାଷ ଗୋଛାୟତ, ଶିକ୍ଷକ ସଙ୍ଘ ନେତା ଘନଶ୍ୟାମ ସ୍ୱାଇଁ, ସୁନୀଲ କୁମାର ନାୟକ, ଶିକ୍ଷାବିତ ପ୍ରଫୁଲ୍ଲ କୁମାର ସାହୁ,ପରେଶ କୁମାର ପାତ୍ର ,ସାମ୍ବାଦିକ ଜଗନ୍ନାଥ ନାୟକ,ରବି ନାରାୟଣ ସ୍ୱାଇଁ ପ୍ରମୁଖ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।ପାଠାଗାର ସମ୍ପାଦକ ଅମର କୁମାର ରାଉତ କୃତଜ୍ଞତା ଜଣାଇ ଥିଲେ।ଏହା ବ୍ୟତୀତ ଶରତ ଚନ୍ଦ୍ର କଳଚୁରାଲ ଏକାଡେମୀ ଓ ମଞ୍ଜୁରୀରୋଡ଼ ବରିଷ୍ଠ ନାଗରିକ ମଂଚ ପକ୍ଷରୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odia Pua