Tuesday, 30 May, 11.25 am ଓଡିଆ ପୁଅ

ଜିଲ୍ଲା ପରିକ୍ରମା
କଳିଙ୍ଗପ୍ରଭା ବାର୍ଷିକ ଉତ୍ସବ ପାଳିତ

ଯାଜପୁର ୩୦/୫(ଓଡିଆ ପୁଅ/ଏ.ରାଉତ) ପାକ୍ଷିକ ସମ୍ବାଦ ଓ ସାହିତ୍ୟ ପତ୍ର କଳିଙ୍ଗପ୍ରଭାର ଦ୍ୱାଦଶ ସ୍ୱନକ୍ଷତ୍ର ଉତ୍ସବ କଟକ ସ୍ଥିତ ଶ୍ରୀରାମଚନ୍ଦ୍ର ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସଭା ସାଂସଦ ନରେନ୍ଦ୍ର କୁମାର ସ୍ୱାଇଁ ଯୋଗ ଦେଇ କଳିଙ୍ଗ ପ୍ରଭାର ସ୍ୱତନ୍ତ୍ର ପ୍ରତିନିଧି ତଥା ଦୈନିକ ସମ୍ବାଦ ପତ୍ର ନିତିଦିନର ବଡ଼ଚଣା ପ୍ରତିନିଧି ପ୍ରଶାନ୍ତ କୁମାର ଜେନାଙ୍କୁ “କଳିଙ୍ଗ ପ୍ରଭା ସାମ୍ବାଦିକ ସମ୍ମାନ ୨୦୧୭” ପ୍ରଦାନ କରି ମାନପତ୍ର ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଛନ୍ତି। ଏହି ଉତ୍ସବରେ ସରକାରୀ ଦଳର ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥିଙ୍କୁ କଳିଙ୍ଗପ୍ରଭା ସମ୍ମାନ ୨୦୧୭, ବରିଷ୍ଠ ସାମ୍ବାଦିକ ତଥା ଦୈନିକ ସମ୍ବାଦ ପତ୍ର ସମାଜର ବାର୍ତ୍ତା ସଂପାଦକ ତପନ କୁମାର ମିଶ୍ରଙ୍କୁ କଳିଙ୍ଗପ୍ରଭା ରାଧାନାଥ ରଥ ସ୍ମାରକୀ ସାମ୍ବାଦିକ ସମ୍ମାନ , ଗଙ୍ଗାଧର ରଥ ଫାଉଣ୍ଡେସନର ସଂପାଦିକା ସୁସ୍ମିତା ରଥଙ୍କୁ କଳିଙ୍ଗ ପ୍ରଭା ସାରସ୍ୱତ ସମ୍ମାନ, କଟକ ମୁନିସିପାଲିଟ ନିଗମର ସ୍ୱାସ୍ଥ୍ୟା କମିଟି ଅଧ୍ୟକ୍ଷ ରଂଜନ କୁମାର ବିଶ୍ୱାଳଙ୍କୁ କଳିଙ୍ଗପ୍ରଭା ଯୁବ ସମାଜ ସେବୀ ସମ୍ମାନ ପ୍ରଦାନ କରାଯାଇଛି। କଳିଙ୍ଗପ୍ରଭାର ମୁଖ୍ୟ ସଂପାଦକ ତଥା ବିଶିଷ୍ଠ ଔପନ୍ୟାସିକ ନବ କିଶୋର ରାଜଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ କଳିଙ୍ଗପ୍ରଭାର ସପାଦକ ପ୍ରଦୀପ୍ତ କୁମାର ପରିଡ଼ା ବାର୍ଷିକ ବିବରଣୀ ପାଠ କରିଥିଲେ।

Dailyhunt
Top