ମାଲକାନଗିରି,୧୩ା୧୧ (ଓଡିଆ ପୁଅ ) ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲାରେ ବିଭିନ୍ନ ଅପରାଧ ରୋକିବା ଉତମ ଭାବେ ତଦନ୍ତ କରି ଅପରାଧୀମାନଙ୍କୁ ସଜା ଦେବା କ୍ଷେତ୍ରରେ ଉଲେଖ୍ୟନିୟ ସଫଳତା ପାଇଁ ରାଜ୍ୟକ୍ରାଇମ ବ୍ରାଚଂ ପୁଲିସ ବିଭାଗ ପକ୍ଷରୁ ମାଲକାନଗିରି ଆଦର୍ଶ ଥାନା ର ମହିଳା ସବଇନିସପେକ୍ଟର ସନ୍ତୋଷି ବାରିକ ଙ୍କୁ ପୁରସ୍କୃତ କରାଯାଇଛି । ରାଜ୍ୟପୁଲିସ ମୁଖ୍ୟ କାର୍ଯ୍ୟାଳୟଠାରେ ରାଜ୍ୟପୁଲିସ ମହାନିର୍ଦ୍ଦେଶକ ଡ.ବି.କେ. ଶର୍ମା ମାଲକନଗିରି ଆଦର୍ଶ ଥାନା ମହିଳା ସବଇନିସପେକ୍ଟର ସନ୍ତୋଷି ବାରିକ ଙ୍କୁ ପୁରସ୍କୃତ କରିଛନ୍ତି । ମାଲକାନଗିରି ଜିଲ୍ଲାରେ ଦୁସ୍କର୍ମ,ହତ୍ୟା, ଡକାଏତୀ,ଚୋରୀ ଆଦି ଜଘନ୍ୟ ଅପରାଧ କୁ ରୋକିବା ସହିତ ଅପରାଧୀମାନଙ୍କ ମାମଲାର ଠିକ ତଦନ୍ତକରି ସେମାନଙ୍କୁ ଯଥାଶିଘ୍ର ଗିରଫକରିବା ଓ ଅପରାଧର ବିବରଣି ଠିକଭାବେ ଉପସ୍ଥାପନ କରି କୋର୍ଟକୁ ଅବଗତ କରିଥିବାରୁ ଅପରାଧୀ ମାନେ ନ୍ୟାୟଳୟରେ ଦଣ୍ଡିତ ହୋଇ ପାରିଥିବାରୁ ଏସଆଇ ସନ୍ତୋଷି ଙ୍କୁ ରାଜ୍ୟସ୍ତରେ ପୁରସ୍କୃତ ସହିତ ସମ୍ମାନିତ କରାଯାଇଛି ।