Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ମାଟ୍ରିକ ଟପ୍ପର ଅଭିଜିତ୍‌ଙ୍କୁ ସମ୍ବର୍ଦ୍ଧନା

ମାଟ୍ରିକ ଟପ୍ପର ଅଭିଜିତ୍‌ଙ୍କୁ ସମ୍ବର୍ଦ୍ଧନା

ଦ୍ରକ, ୫ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ମହାନ୍ତିପଡା ପଚାଂୟତ ତ୍ରିସାଲିଆ ଗ୍ରାମର ମାଟ୍ରିକ ଟପ୍ପର ଅଭିଜିତ୍ ସାହୁଙ୍କୁ ରାଜ୍ୟ ମାନବାଧିକାର ସାମୁଖ୍ୟ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି । ହାଟଡିହି ବ୍ଲକ ସଭାପତି ସ୍ତମ୍ଭକାର ସୁବୋଧ କୁମାର ସାହୁ ଅଭିଜିତ୍‌୍‌ଙ୍କୁ ଉତ୍ତରୀୟ, ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରି କହିଲେ, ସାଧାରଣ ପରିବାରରୁ ଯାଇ କଠୋର ଅଧ୍ୟବସାୟ ବଳରେ ବ୍ଲକରେ ସର୍ବୋଚ୍ଚ ନମ୍ବର ରଖିବାର ଗୌରବ ଅର୍ଜନ କରିବା ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଆନନ୍ଦର ବିଷୟ ।

ବନ୍ତ ବ୍ଲକ ସଂଯୋଜକ ସାମ୍ବାଦିକ ହେମନ୍ତ ସିଂହଙ୍କ ତତ୍ୱାବଧାନରେ ସାହିତ୍ୟିକ ଚର୍ତୁଭୂଜ ପହି,ମାନବାଧିକାର କର୍ମୀ ଗଦାଧର ବେହେରା, ଶିକ୍ଷାବିତ୍ ବିଜୟ ମଲ୍ଲିକ, ବିଜେପିନେତା ପୂର୍ଣ୍ଣଚନ୍ଦ୍ର ମାଝୀ,ଅଧ୍ୟାପିକା ପ୍ରତିମା ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଅଭିଜିତଙ୍କ ପିତା ଜଗନ୍ନାଥ ସାହୁ ଓ ମାତା ଅବନ୍ତୀଲତା ସାହୁ,ଭଉଣୀ ଅନୁପମା ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଅଭିଜିତ୍ ମହାନ୍ତିପଡା ଆଶାମଣି ଉଚ୍ଚ ବିଦ୍ୟାପୀଠର ଛାତ୍ର ଥିବା ବେଳେ ଚଳିତ ମାଟ୍ରିକ ପରୀକ୍ଷାରେ ୫୫୮ ନମ୍ବର ରଖି ବ୍ଲକ ଟପ୍ପର ହୋଇଛନ୍ତି । କାର୍ଯ୍ୟକ୍ରମରେ ମିଷ୍ଠାନ ବଟଂନ କରାଯାଇ ତାଙ୍କର ଉଜ୍ୱଳ ଭବିଷ୍ୟତ କାମନା କରାଯାଇଥିଲା ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odia Pua