Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ମେଗା କମ୍ପାନୀର ମନମାନି; ପିଇବା ପାଇଁ ପୋଖରୀ ପାଣି ଉପରେ ନିର୍ଭର କରନ୍ତି ୫ ଶହରୁ ଅଧିକ ପରିବାର,ଯନ୍ତ୍ରୀ ଠିକାଦାରଙ୍କ ମଧୁ ଚନ୍ଦ୍ରକାରେ ମୋହନ ସରକାର ବଦନାମ, ଏସଡ଼ିଓଙ୍କ ତଦନ୍ତ ପରେ ବି କାର୍ଯ୍ୟାନୁଷ୍ଠାନ ଶୂନ,ସମାଧାନ ନହେଲେ ଜିଲ୍ଲାପାଳଙ୍କ ଅଫିସ ଆଗରେ ଗ୍ରାମବାସୀଙ୍କ ଧାରଣା ଚେତାବନୀ

ମେଗା କମ୍ପାନୀର ମନମାନି; ପିଇବା ପାଇଁ ପୋଖରୀ ପାଣି ଉପରେ ନିର୍ଭର କରନ୍ତି ୫ ଶହରୁ ଅଧିକ ପରିବାର,ଯନ୍ତ୍ରୀ ଠିକାଦାରଙ୍କ ମଧୁ ଚନ୍ଦ୍ରକାରେ ମୋହନ ସରକାର ବଦନାମ, ଏସଡ଼ିଓଙ୍କ ତଦନ୍ତ ପରେ ବି କାର୍ଯ୍ୟାନୁଷ୍ଠାନ ଶୂନ,ସମାଧାନ ନହେଲେ ଜିଲ୍ଲାପାଳଙ୍କ ଅଫିସ ଆଗରେ ଗ୍ରାମବାସୀଙ୍କ ଧାରଣା ଚେତାବନୀ

ଦ୍ରକ, ୩୦ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପାଇପ ବିଛାଣ ହେଲା, କିନ୍ତୁ ଘରକୁ ଆସୁନି ପାଣି, ପୋଖରୀ ପାଣି ହିଁ ଗ୍ରାମବାସୀଙ୍କ ସାହା ଭରସା, ଜିଲ୍ଲାପାଳ ଅଫିସ ଆଗରେ ଆମରଣ ଅନଶନ ଚେତାବନୀ ଦେଲେ ଗ୍ରାମବାସୀ, ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ବଜରାପୁର ପଞ୍ଚାୟତର ଷଣ୍ଢଗଡା ଗାଁରେ ଦୀର୍ଘଦିନ ଧରି ଦେଖାଦେଇଥିବା ପିଇବା ପାଣି ସମସ୍ୟା ଏବେ ଚରମ ସୀମାରେ ପହଞ୍ଚିଛି।

ମେଗା ପାନୀୟ ଜଳ ପ୍ରକଳ୍ପର ଅବ୍ୟବସ୍ଥା ଓ କମ୍ପାନୀର ମନମାନି ଯୋଗୁଁ ଗାଁର ୫୦୦ରୁ ଅଧିକ ପରିବାର ଆଜି ପାଣି ଟୋପାଏ ପାଇଁ ହନ୍ତସନ୍ତ ହେଉଛନ୍ତି। ସରକାରଙ୍କ ପକ୍ଷରୁ ଗ୍ରାମକୁ ପାଇପ ବିଛାଣ କାମ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଘରକୁ ପିଇବା ପାଣି ପହଂଚୁନଥିବାରୁ ଲୋକମାନଙ୍କ ମଧ୍ୟରେ ଭୟଙ୍କର ଅସନ୍ତୋଷ ଦେଖାଦେଇଛି। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ମେଗା କମ୍ପାନୀ ପକ୍ଷରୁ ପାଇପ ଲାଇନ କାମ କରାଯାଇଥିଲେ ମଧ୍ୟ ତାହା କେବଳ କାଗଜ କଲମରେ ସୀମିତ ରହିଛି। ଅନେକ ସ୍ଥାନରେ ପାଇପ ପଡ଼ି ରହିଥିବା ବେଳେ ଘରକୁ ପାଣି ଆସୁନାହିଁ।

ଫଳରେ ଗ୍ରାମର ମହିଳା ଓ ବୃଦ୍ଧମାନେ ପ୍ରତିଦିନ ଦୂର ଦୂରାନ୍ତରୁ ପୋଖରୀ ଓ ଅସୁରକ୍ଷିତ ଜଳସ୍ରୋତରୁ ପାଣି ଆଣି ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି। ଗ୍ରାମର ପୋଖରୀ ପାଣି ହିଁ ଏବେ ଶତାଧିକ ପରିବାରର ଏକମାତ୍ର ସାହା ଭରସା ପାଲଟିଛି। ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି ଯେ, ଏହି ପ୍ରକଳ୍ପରେ ନିଯୁକ୍ତ ଯନ୍ତ୍ରୀ ଓ ଠିକାଦାରଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଚାଲିଥିବାରୁ କାମର ଗୁଣବତା ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଛି। ଲୋକଙ୍କ ଅଭିଯୋଗକୁ ଅଣଦେଖା କରି କେବଳ ବିଲ୍ ପାସ କରାଯାଇଥିବା ବେଳେ ପ୍ରକୃତରେ ପ୍ରକଳ୍ପର କୌଣସି ସୁଫଳ ଗ୍ରାମବାସୀ ପାଇପାରୁନାହାନ୍ତି।

ବାରମ୍ବାର ଅଭିଯୋଗ ପରେ ମଧ୍ୟ ସମସ୍ୟାର ସମାଧାନ ହେଉନଥିବାରୁ ଲୋକମାନନେ ଅଭିଯୋଗ କରିଛନ୍ତି।ଏହି ଘଟଣାକୁ ନେଇ ଏସଡିଓ ସ୍ତରରେ ତଦନ୍ତ ହୋଇଥିବା ସୂଚନା ମିଳିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ଠୋସ ପଦକ୍ଷେପ ନିଆଯାଇନାହିଁ। ତଦନ୍ତ ପରେ ମଧ୍ୟ ପାଣି ସମସ୍ୟା ଦୂର ନହେବାରୁ ଗ୍ରାମବାସୀଙ୍କ ମଧ୍ୟରେ ପ୍ରଶାସନ ପ୍ରତି ଅସନ୍ତୋଷ ଆହୁରି ବଢ଼ିଛି। "କେବଳ ତଦନ୍ତ ହେଉଛି, କିନ୍ତୁ ଆମେ ପାଣି ପାଉନାହୁଁ" ବୋଲି ଗ୍ରାମବାସୀ ଖୋଲାଖୋଲି ଅଭିଯୋଗ କରିଛନ୍ତି।ସମସ୍ୟାର ସ୍ଥାୟୀ ସମାଧାନ ଦାବିରେ ଏବେ ଷଣ୍ଢଗଡା ଗ୍ରାମବାସୀ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବାକୁ ସଜବାଜ ହେଉଛନ୍ତି। ଯଦି ତୁରନ୍ତ ପିଇବା ପାଣି ବ୍ୟବସ୍ଥା ସୁନିଶ୍ଚିତ ନକରାଯାଏ, ତେବେ ଆସନ୍ତା ଦିନରେ ଶତାଧିକ ଗ୍ରାମବାସୀ କଳସୀ ଓ ଗରା ଧରି ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆମରଣ ଅନଶନରେ ବସିବେ ବୋଲି ଚେତାବନୀ ଦେଇଛନ୍ତି।ଗ୍ରାମବାସୀଙ୍କ କହିବା କଥା, ଗ୍ରୀଷ୍ମ ପ୍ରବାହ ବଢ଼ୁଥିବା ବେଳେ ପିଇବା ପାଣି ପାଇଁ ଏଭଳି ଦୁର୍ଦ୍ଦଶା ସାଧାରଣ ଲୋକଙ୍କ ଜୀବନକୁ ଅସହ୍ୟ କରିଦେଇଛି। ଅନ୍ୟପଟେ କୋଟି କୋଟି ଟଙ୍କାର ପ୍ରକଳ୍ପ ହେଉଥିଲେ ମଧ୍ୟ ଲୋକମାନେ ମୌଳିକ ସୁବିଧାରୁ ବଂଚିତ ହେବା ପ୍ରଶାସନିକ ବିଫଳତାକୁ ପଦାରେ ପକାଇଛି। ଏବେ ଜିଲ୍ଲା ପ୍ରଶାସନ କେବେ ଏହି ସମସ୍ୟାର ସ୍ଥାୟୀ ସମାଧାନ କରୁଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odia Pua