Dailyhunt
ନାବାଳିକା ଗଣଦୁଷ୍କର୍ମ ମାମଲା; ୨ଜଣ ଅଭିଯୁକ୍ତ ଗିରଫ

ନାବାଳିକା ଗଣଦୁଷ୍କର୍ମ ମାମଲା; ୨ଜଣ ଅଭିଯୁକ୍ତ ଗିରଫ

କେନ୍ଦ୍ରାପଡା ୧୮ା୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ ) ଦୈନଦିନ ଦିନ ରାଜ୍ୟରେ ଗଣଦୁଷ୍କର୍ମ ମାମଲା ସଂକ୍ରାମକ ରୋଗ ଭଳି ବ୍ୟାପିବାରେ ଲାଗିବା ଦେଖାଯିବା ମହିଳା ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ମହିଳା ସୁରକ୍ଷା ପାଇଁ ଯେତେ ନିୟମ ସରକାରଙ୍କ ପକ୍ଷରୁ ସମ୍ବିଧାନରେ ଆଗତ କରାଗଲେ ମଧ୍ୟ ଆଜି ସମାଜରେ କିପରି ମହିଳା ସୁରକ୍ଷିତ ରହିବ ସେଥିପାଇଁ ସରକାରଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତାର ଚିନ୍ତାର କାରଣ ହୋଇଛି।

କେନ୍ଦ୍ରାପଡା ପଟାମୁଣ୍ଡାଇ ଥାନା ଅଞ୍ଚଳରେ ଏପରି ଏକ ଗଣଦୁଷ୍କର୍ମ ମାମଲାରେ ଆଜି ୨ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିବା କେନ୍ଦ୍ରାପଡ଼ା ଏସ୍‌ପି ନୀତି ଶେଖରଙ୍କ ସୂଚନା ଦେଇଛନ୍ତି। ଗତ ୧୨ ତାରିଖ କେନ୍ଦ୍ରାପଡା ପଟାମୁଣ୍ଡାଇ ଥାନା ଅଞ୍ଚଳରେ ଜଣେ ନାବାଳିକା ତାର ମାମୁଁ ଘରକୁ ଚାଲି ଚାଲି ଯାଉଥିବା ବେଳେ ୪ଜଣ ଯୁବକ ନାବାଳିକାକୁ ପାଖକୁ ଡାକିଥିଲେ ଓ ମାମୁଁଘରେ ଛାଡି ଦେବାକୁ କହି ବୋଲେରୋରେ ଲିଫ୍ଟ ଦେଇଥିଲେ।

ନାବାଳିକା ଜଣକ ମନା କରିବା ସତ୍ତ୍ୱେବି ସେମାନେ ଜୋରଜବରଦସ୍ତ ତାଙ୍କୁ ଗାଡିରେ ନେଇଥିଲେ। ସେଠାରେ ନାବାଳିକାଙ୍କୁ ନିଶା ଦେଇ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏନେଇ ନାବାଳିକାଙ୍କ ପରିବାର ପକ୍ଷରୁ ପଟ୍ଟାମୁଣ୍ଡାଇ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odia Pua