Dailyhunt
ପାଣିରେ ବୁଡି ବୃଦ୍ଧଙ୍କ ମୃତ୍ୟୁ

ପାଣିରେ ବୁଡି ବୃଦ୍ଧଙ୍କ ମୃତ୍ୟୁ

ଦ୍ରକ, ୩ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଳକ କୋଠାର ନସଲାପୁର ଗ୍ରାମର ନୃସିଂହ ଚରଣ ପୃଷ୍ଟି(୮୨)ଙ୍କ ର ପୋଖରି ପାଣିରେ ବୁଡି ମୃତ୍ୟୁ ହୋଇଛି।ସୂଚନା ଥାଉକି ନୃସିଂହ ଶୁକ୍ରବାର ଦିନ ୧୧ ଟା ବେଳେ ଗାଧୋଇବା ପାଇଁ ନସଲାପୁର ସ୍କୁଲ ନିକଟରେ ଥିବା ପୋଖରୀକୁ ଆସିଥିଲେ।ଗାଧୋଇବା ସମୟରେ ନୃସିଂହ ପାଣିରେ ଅସାବଧାନତା ହେତୁ ବୁଡ଼ି ଯାଇଥିଲେ।ଘର ଲୋକେ ଖୋଜାଖୋଜି କରିଥିଲେ।ଧାମନଗର ରୁ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଆସି ପୋଖରୀ ମଧ୍ୟରୁ ନୃସିଂହଙ୍କ ମୃତଦେହ ଉଦ୍ଧାର କରିଥିଲେ।

ଧୂଷୁରୀ ପୁଲିସ ଶବ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odia Pua